ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡରେ ଏକ ବାରରେ ନୂତନ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ୧୦୦ରୁ ଅଧିକ ଆହତ ହୋଇଛନ୍ତି । କାର୍ଣ୍ଣସ ମୋଣ୍ଟାନାର ଏକ ରିସର୍ଟରେ ନୂଆ ବର୍ଷ ପାଳନ ବେଳେ ଅଘଟଣ ଘଟିଛି । ଭାରତୀୟ ସମୟ ୧.୩୦ରେ ନୂଆ ବର୍ଷର ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ ବେଳେ କନଷ୍ଟେଲେସନ ବାରରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ, ଅଗ୍ନିଶମ ବାହିନୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଆତଙ୍କୀ କାର୍ଯ୍ୟ ନୁହେଁ, ଏହା ଅଗ୍ନିକାଣ୍ଡ । ପ୍ରଭାବିତ ଲୋକଙ୍କ ପରିବାର ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ପୋଲିସ ।ସ୍ୱିସ୍ ସରକାରଙ୍କ ଅର୍ଥନୈତିକ ବ୍ୟାପାର ଏବଂ ଶିକ୍ଷା ପାଇଁ ଫେଡେରାଲ୍ ଡିପାର୍ଟମେଣ୍ଟର ମୁଖ୍ୟ ଗାଏ ପାର୍ମେଲିନ୍ X ରେ ପୋଷ୍ଟ କରିଛନ୍ତି, “ବର୍ଷର ପ୍ରଥମ ଦିନରେ ଏକ ଆନନ୍ଦଦାୟକ ମୁହୂର୍ତ୍ତ ଯାହା ହେବା ଉଚିତ ଥିଲା ତାହା କ୍ରାନ୍ସ-ମୋଣ୍ଟାନାରେ ଶୋକର ମୁହୂର୍ତ୍ତରେ ପରିଣତ ହୋଇଛି ଯାହା ସମଗ୍ର ଦେଶକୁ ଚକିତ କରିଛି। ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣିବା ପରେ ଫେଡେରାଲ୍ ପରିଷଦ ଗଭୀର ଭାବରେ ମର୍ମାହତ।”









