21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଇସ୍ରାଏଲରେ ଅଗ୍ନିକାଣ୍ଡ: ୧୬୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର

ଇସ୍ରାଏଲରେ ଅଗ୍ନିକାଣ୍ଡ: ୧୬୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର

ଜେରୁସାଲମ: ଜେରୁସାଲେମର ଉପକଣ୍ଠ  ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଇସ୍ରାଏଲ କର୍ତ୍ତୃପକ୍ଷ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ କହିଛନ୍ତି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ଅତି କମରେ ୧୩ ଜଣ ଆହତ ହୋଇଛନ୍ତି, କୌଣସି ମୃତକଙ୍କର ରିପୋର୍ଟ ମିଳିନାହିଁ ।

ସୋସିଆଲ ମିଡିଆରେ ଥିବା ଭିଡିଓ ଏବଂ ଫଟୋରେ ଜେରୁସାଲେମରୁ ତେଲ ଅଭିଭ ପର୍ଯ୍ୟନ୍ତ ମୁଖ୍ୟ  ରାଜପଥରେ ନିଆଁ ଜଳୁଥିବାର ଦେଖାଯାଉଛି। ଚାରିପାଖର ପାହାଡ଼ ଉପରେ ଘନ ଧୂଆଁ ଉଠୁଛି। ଅନେକ ଲୋକ ସେମାନଙ୍କର ଗାଡ଼ି ଛାଡି ନିଆଁରୁ ଦୌଡ଼ି ପଳାଉଥିବାର ଦେଖାଯାଉଛି। ଇସ୍ରାଏଲୀ ଗଣମାଧ୍ୟମ ଅନୁଯାୟୀ, ୧୬୦ ରୁ ଅଧିକ ଉଦ୍ଧାର ଏବଂ ଅଗ୍ନିଶମ ଦଳ ଅଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶୁଷ୍କ ପାଗ ଏବଂ ଦ୍ରୁତ ପବନ ଯୋଗୁଁ ନିଅଁ ଆହୁରି ବଢ଼ିବାରେ ଲାଗିଛି

ଇସ୍ରାଏଲୀ ଅଗ୍ନିଶମ ସେବା ଗତକାଲି ସନ୍ଧ୍ୟାରେ ଏକ ବିବୃତ୍ତିରେ ଏହି ଅଗ୍ନିକାଣ୍ଡକୁ ଇସ୍ରାଏଲର “ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼” ଅଗ୍ନିକାଣ୍ଡ ବୋଲି କହିଛି ଏବଂ କହିଛି ଯେ ଯେଉଁ ଅଞ୍ଚଳରେ ନିଆଁ ଲାଗି ରହିଛି ସେହି ଅଞ୍ଚଳଗୁଡ଼ିକରେ ଲୋକମାନଙ୍କୁ ଜାତୀୟ ଉଦ୍ୟାନ ଏବଂ ଜଙ୍ଗଲକୁ ଯିବାକୁ ମନା କରାଯାଇଛି। ନିଆଁ ଲାଗିଥିବା ରୁଟ୍ ସମେତ ଅନେକ ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking