19.1 C
Bhubaneswar
Friday, February 13, 2026
Homeଓଡିଶାହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଯାହା ପ୍ରଭାବରେ ବ୍ଲକରେ ଥିବା ବହୁ ଗୁରୁତ୍ଵପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର ଓ ଜିନିଷ ପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଉପର ମହଲାରେ ଥିବା ବିପିସି ରୁମରେ ସକାଳୁ ସକାଳୁ ନିଆଁ ଲାଗିଥିଲା। ରୁମରେ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକେ ସମସ୍ତେ ଘଟଣାସ୍ଥଳରେ ପହଁଚିଥିଲେ। ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଗ୍ୟାସ ସାହାଯ୍ୟରେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ । ଅଗ୍ନିକାଣ୍ଡରେ ପି. ଏମ. ୱାଇ ଫାଇଲ ସବୁ ପୋଡିଯାଇଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ଶରତ କୁମାର ସେଠୀ। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବ୍ଲକ୍ କାର୍ଯ୍ୟlଳୟ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking