20.1 C
Bhubaneswar
Sunday, December 21, 2025
Homeଓଡିଶାଇଲେକ୍ଟ୍ରିକାଲ ଦୋକାନରେ ନିଆଁ

ଇଲେକ୍ଟ୍ରିକାଲ ଦୋକାନରେ ନିଆଁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟାଳୟ ବାରିପଦା ସହରର ବ୍ୟବସାୟିକ କେନ୍ଦ୍ରସ୍ଥଳରେ ଅଗ୍ନିକାଣ୍ଡ। ଏଠାରେ ଥିବା କେ କେ ଏଣ୍ଟର ପ୍ରାଇଜେସରେ ଅଗ୍ନିକାଣ୍ଡ। ତେବେ ଆଜି ସକାଳୁ ସକାଳୁ ଏଭଳି ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ଅନେକ ଲୋକ ବିଛଣା ଛାଡ଼ିନଥିବା ବେଳେ ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଯେତିକି ବିଚଳିତ କରିଥିଲା ତାଠାରୁ ଅଧିକ ଆତଙ୍କିତ କରି ଦେଇଥିଲା ଭଳି ସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଲ୍ଡିଂ ଭିତରୁ ଅନର୍ଗଳ ଧୁଆଁ ବାହାରୁଥିବା ଏକ ପୋଡଶି ପରିବାର ଦେଖିବାକୁ ପାଇ ବ୍ୟସ୍ତବିବ୍ରତ ହୋଇ ପଡ଼ିଥିଲେ ।

ସୌଭାଗ୍ୟକୁ ସେହି ସମୟରେ ସ୍ଥାନୀୟ ଜନୈକ ବ୍ୟକ୍ତି ସେହି ରାସ୍ତାରେ ଯାଉଥିବା ବେଳେ ଦମ୍ପତିଙ୍କ ଭୟାତୁର ଅବସ୍ଥା ଦେଖି ଅଟକି କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣା ଶୁଣି ସଙ୍ଗେ ସଙ୍ଗେ ଟାଟା ପାୱାର ସହ ଯୋଗାଯୋଗ କରି ପ୍ରଥମେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ଭୟାବହତା ବୃଦ୍ଧି ଆଶଙ୍କା କରି ପୁଣି ଦୁଇଟି ନିଆଁଲିଭା ଗାଡ଼ି ଡକାଇ ନିୟୋଜିତ କରିଥିଲେ। ତେବେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ବିପଦ ଟଳି ନାହିଁ। ଅନ୍ୟପଟେ କେ କେ ଏଣ୍ଟରପ୍ରାଇଜେସ ରୁ ଧୁଆଁ ବାହାରୁଥିବା ବେଳେ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

କିନ୍ତୁ ସର୍ଟ ସର୍କିଟରୁ ଏହି ଅପ୍ରତ୍ୟାଶିତ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରି ଆଲୋଚନା ହେଉଛି। ତେବେ ବହୁଳ ଭାବରେ ସାମଗ୍ରୀ ସହିତ ବିକ୍ରି ପାଇଁ ମହଜୁଦ ଅନେକ ବିଭିନ୍ନ ପ୍ରକାର ସାମଗ୍ରୀ ନଷ୍ଟ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ପରେ ମାଲିକ ମଧ୍ୟ ପହଞ୍ଚି ସ୍ଥିତି ଦେଖିଥିଲେ । ତେବେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରି କହିଛନ୍ତି ମାଲିକ । ସେହିପରି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଉଦ୍ୟମଜାରୀ ରଖିଛି ଦମକଳ ବାହିନୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking