କାନପୁର : ଉତ୍ତର ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୫ଜଣ ମୃତ୍ୟୁ ହୋଇଛି। ନିଆଁ ଲାଗି ସ୍ୱାମୀ ଓ ସ୍ତ୍ରୀ ସହ ୩ ଛୁଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। କାନପୁରର ଗାନ୍ଧୀନଗରରେ ୫ ମହଲା କୋଠାରେ ହଠାତ ନିଆଁ ଲାଗି ଯାଇଥିଲା। ଘର ଭିତରେ ଥିବା ସ୍ୱାମୀ ଓ ସ୍ତ୍ରୀ ସହ ୩ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ ବାହିନୀ ୮ ଘଣ୍ଟାର ଅପରେସନ ପରେ ସମସ୍ତ ମୃତଦେହ ଉଦ୍ଧାର କରିଥିଲା। ନିଆଁ ଲାଗିଥିବା ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।