ଭୁବନେଶ୍ୱର: ପୁରୀ- ଅହମଦାବାଦ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେସିଙ୍ଗା ଷ୍ଟେସନରେ ଅହମଦାବାଦ- ପୁରୀ ଟ୍ରେନ ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରେନ ତାର ନିର୍ଧାରିତ ସମୟରେ ରାତି ୮ଟା ୩୦ ବେଳକୁ ପହଞ୍ଚିଥିଲା । ହେଲେ ଏସି ୧ ବଗିରେ ନିଆଁ ଲାଗିଯିବା ଜାଣି ଯାତ୍ରୀ ଦୌଡିବା ଆରମ୍ଭ କରିଥିଲେ । ଷ୍ଟେସନରେ ଥିବା ଷ୍ଟେସନ ମାଷ୍ଟର ପ୍ରଶାନ୍ସ ଭୋଇ ଆରପିଏଫଙ୍କ ସାହାଯ୍ୟରେ ନିଆଁ ଲିଭାଇଥିଲେ । ପରେ ଅଧଘଣ୍ଟା ବିଳମ୍ବରେ ଟ୍ରେନ ପୁରୀ ଅଭିମୁଖେ ଚାଡିଥିଲା । ଟ୍ରେନରେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି ।