14.1 C
Bhubaneswar
Tuesday, January 13, 2026
Homeଓଡିଶାମାଛ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ମାଛ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

କଟକ: ଜଗତପୁର ଛକ ନିକଟରେ ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ଖୋର୍ଦ୍ଧାର ଚାନ୍ଦପୁରରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲିକୁ ଯାଉଥିଲା। ସୂଚନା ଅନୁଯାୟୀ, କଟକ ଜିଲ୍ଲାର ଜଗତପୁର ଛକରେ ମାଛ ବୋଝେଇ ଟ୍ରକଟି ମଝି ରାସ୍ତାରେ ନିଆଁ ଲାଗିଯାଇଥିଲା। ଚାଉଳିଆଗଞ୍ଜ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲା। ପରେ ଜଣାପଡିଲା ଯେ ଇଞ୍ଜିନରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ସୌଭାଗ୍ୟବଶତଃ, କୌଣସି ମୃତାହତର ଖବର ନାହିଁ। ଗାଡ଼ିର ଡ୍ରାଇଭର ଏବଂ ସହାୟକ ସୁରକ୍ଷିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking