ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଂଚିଥିଲେ । ନିଆଁକୁ ଆୟତ୍ତକୁ ଆଣିବା ପାଇଁ ୬ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ନିଆଁର ତାପମାତ୍ରା ଏତେ ବଢିଥିଲା ଯେ, ଚାରିଆଡେ କଳାଧୂଆଁର ଆସ୍ତରଣ ଖେଳିଯାଇଥିଲା । ଅଗ୍ନିଶମ କର୍ମଚାରୀ ଭିତ୍ରକୁ ଯାଇ ନିଆଁକୁ ଆୟତ୍ତ କରିବା ପାଁଇ କଷ୍ଟ ହୋଇ ପଡିଥିଲା । ଭିତରେ ଥିବା ଆସବାବ ପତ୍ର, ସାମଗ୍ରୀ ସବୁ ନିଆଁରେ ଛାରଖାର ହୋଇଯାଇଥିଲା । ଅଗ୍ନିଶମ କର୍ମଚାରୀ ବହୁ କୌଶଳ କରି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଦୋକାନରେ ଅଧିକ ଦହନଶୀଳ ସାଗ୍ରୀ ଥିବାରୁ ନିଆଁ ଆହୁରି ବ୍ୟାପିବାରେ ଲାଗିଛି । ନିଆଁ ଆଉ କୌଣସି ଜାଗାକୁ ଯେପରି ନଲାଗେ ସେ ଉପରେ ଧ୍ୟାନ ଦେଇ ଅଗ୍ନିଶମ କର୍ମଚାରୀମାନେ ମାର୍କେଟର କାଚ ଭାଙ୍ଗି ପାଣି ସ୍ପ୍ରେ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛିା ତେବେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି ।










