23.1 C
Bhubaneswar
Sunday, March 22, 2026
Homeଓଡିଶାପ୍ରେସର କୁକର ଗୋଦାମରେ ଅଗ୍ନିକାଣ୍ଡ

ପ୍ରେସର କୁକର ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସତ୍ୟନଗରସ୍ଥିତ ପ୍ରେସର କୁକର ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୋଦାମଟି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବାବେଳେ ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସତ୍ୟନଗରସ୍ଥିତ ପ୍ରେସର କୁକର ଗୋଦାମରେ ନିଆଁ ଲାଗିଥିବା ଦେଖିବା ପରେ ସ୍ଥାନୀୟଲୋକେ ଗୋଦାମ ମାଲିକ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପ୍ରେସର କୁକର ଗୋଦାମରେ ତାଲା ପଡ଼ିଥିବାରୁ ପାଣି ଢାଳି ନିଆଁ ଲିଭାଇବା ସହଜ ହେଲା ନାହିଁ। ଫଳରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ୨ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking