ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଦିଲସାଦ ଗାର୍ଡେନରେ ଅଗ୍ନିକାଣ୍ଡ ଘଟି ୨୪ ବର୍ଷୀୟ ଯୁବକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା କୋଡି କଲୋନୀ ଅଞ୍ଚଳରେ ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିଥଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ , ଇ- ରିକ୍ସା ଚାର୍ଜ ହେବା ଯୋଗୁଁ ଅଗ୍ନିକାଣ୍ଡ ଥାଇପାରେ । ଏହି ଅଗ୍ନିକାଣ୍ଡରେ ଦୁଇଟି ଇ- ରିକ୍ସା ଜଳି ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ଜଣେ ଯୁବକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଥାଉକି, ଉତ୍ତର- ପୂର୍ୱ ଦିଲ୍ଲୀର ଘୋଣ୍ଡା ଅଞ୍ଚଳରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଶୁକବାର ଘଟିଥିବା ଅଗ୍ନିକାଣ୍ଡକୁ ଚାରୋଟି ଦମକଳ ଗାଡି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇଥିଲା ।