ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟ ବିହାରରେ ଅଗ୍ନିକାଣ୍ଡ । ସତ୍ୟବିହାର ସ୍ଥିତ ଆପାର୍ଟମେଣ୍ଟରେ ନିଆଁ ଲାଗିଛି । ଆପାର୍ଟମେଣ୍ଟର ୩ୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଆପାର୍ଟମେଣ୍ଟଣ୍ଟରୁ ଧୂଆଁ ବାହାରିବାର ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଟିମ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟ ଜାରି ରଖିଛନ୍ତି । ନିଆଁର ଆଁରେ ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଛି । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସଟସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।










