ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଉତ୍ତର- ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜୁନୈଦ । କୌଣସି ଆହତଙ୍କ ପରିଚୟ ଏଯାଏଁ ମିଳିନାହିଁ। ସୂଚନା ପାଇ ଘଟଣାସ୍ଥଳରେ ୫ଟି ଟିମ ନିୟୋଜିତ ଅଛନ୍ତି । ନିଆଁକୁୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ନିଆଁ ଏତେ ଜୋର ବ୍ୟାପିଥିଲା ଯେ ମହଲରେ ଥିବା ସବୁ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ କିପରି ଲାଗିଲା , କେଉଁ କାରଣରୁ ଲାଗିଥାଇପାରେ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










