21.1 C
Bhubaneswar
Monday, December 8, 2025
Homeଓଡିଶା୨ ଗାଁ ମଧ୍ୟରେ ପୋଡାଜଳା: ବିଏନଏସ ୧୬୩ ଜାରି

୨ ଗାଁ ମଧ୍ୟରେ ପୋଡାଜଳା: ବିଏନଏସ ୧୬୩ ଜାରି

ମାଲକାନଗିରି: ସାରା ରାତି  ମାଲକାନାଗିରି ଏମଭି  ୨୬ ଗାଁରେ ପୁଲିସ ପଇଁତରା ମାରିଛି । ଏମଭି ୨୬ ସମେତ  ଆଖପାଖ ଗାଁରେ  ମଧ୍ୟ ସୁରକ୍ଷା ଯୋଗାଇଛି । ପୁଲିସ ଓ ବିଏସଏଫ ଯବାନ ମୁତୟନ ରହିଛନ୍ତି । ସେପଟେ ଗାଁରୁ ଅନେକ  ଗ୍ରାମବାସୀ  ନିଜ ସମ୍ପର୍କୀୟ  ଏବଂ ଅନ୍ୟତ୍ର ସ୍ଥାନରେ  ଆଶ୍ରୟ ନେଇଥିବା ଜଣାପଡିଛି ।  ପ୍ରଶାସନ ପକ୍ଷରୁ  ଗତରାତିରୁ ହିଁ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏନେଇ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।   ତଦନ୍ତ ଦାବିରେ ପୁଲିସ ଉପସ୍ଥିତିରେ  ଲଙ୍କାକାଣ୍ଡ ଘଟାଇଲେ ଗ୍ରାମବାସୀ ।   ଅନେକ ଘର ଜାଳିଦେବା ସହ  ଦୋକାନ ଲୁଟିଥିଲେ ।  ଅନ୍ୟପଟେ ଏମଭି- ୨୬ ଓ ରାଖେଲଗୁଡା ଗାଁର ୧୦ କିମି  ପରିଧି ମଧ୍ୟରେ ୧୬୩ ଜାରି ହୋଇଛି । ଏମଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ  ପାଇଁ ଛୁଟି ଘୋଷଣା କରାଯାଇଛି ।  ରାଖେଲଗୁଡାର ମହିଳାଙ୍କ ମୁଣ୍ଡବିହୀନ  ମୃତଦେହ  ମିଳିବା ପରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ  ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking