ଭୁବନେଶ୍ୱର: ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଏକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି । ଏକ ନିର୍ମାଣ ସଂସ୍ଥାର ଫାଇଭର ପାଇପ୍ ଓ ପାଣି ଟ୍ୟାଙ୍କର ଜଳୁଛି । ହୁତୁହୁତୁ ହୋଇ ଜଳୁଛି ନିଆଁ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇପାରିନାହିଁ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ଘଟଣାସ୍ଥଳରେ ପହଞ୍ଚି ସେନେଇ ତଦନ୍ତ ଆରମ୍ଭ କରିଛିି ପୋଲିସ ।










