24.1 C
Bhubaneswar
Friday, January 16, 2026
Homeଦେଶ ବିଦେଶମାଘ ମେଳାରେ ଅଗ୍ନିକାଣ୍ଡ:  ତମ୍ବୁ ପୋଡି ଯୁବକ ଆହତ

ମାଘ ମେଳାରେ ଅଗ୍ନିକାଣ୍ଡ:  ତମ୍ବୁ ପୋଡି ଯୁବକ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର  ପ୍ରୟାଗରାଜରେ  ମାଘ ମେଳାରେ  ପୁଣି ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣା ଘଟିଥିଲା । ସୂଚନା ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି  ଗୁରୁତରଙ୍କ ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ଏକ ରିପୋର୍ଟ ଅନୁଯାୟୀ,   ଯେତେବେଳେ ସମସ୍ତେ ଶୋଇଥିଲେ,  ତମ୍ବୁରେ  ନିଆଁ  ଲାଗିଯାଇଥିଲା ।  ଲୋକମାନେ ଏହି ଦୃଶ୍ୟ ଦେଖି  ଉଦ୍ଧାର କରିଥିଲେ । ଗୁରୁତର ଆହତଙ୍କୁ ମେଡିକାଲକୁ ନେଇଥିଲେ ।  ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତମ୍ବୁରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ନିକଟସ୍ଥ ମେଡିକାଲରେ ଚିକିତ୍ସା ହେଉଛନ୍ତି । ତେବେ ଦୀପରୁ ନିଆଁ ଲାଗିଯାଇ ଥାଇପାରେ ବୋଲି  ପୋଲିସ ଅନୁମାନ କରୁଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking