ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜେଏମଏସ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଜୋଗେଶ୍ୱରୀ ପଶ୍ଚିମରେ ଥିବା ଏହି ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନାରୁ ପ୍ରକାଶ ଯେ କୋଠାର ଉପରମହଲାରେ ନିଆଁ ଲାଗିଥିଲା । ସେଠାରେ ଅନେକ ଲୋକ ଫସିରହିଛନ୍ତି । କୌଣସି କ୍ଷୟକ୍ଷତିର, ମୃତାହତର ରିପୋର୍ଟ ପ୍ରକାଶ ହୋଇନାହିଁ ।










