20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ୬ ମୃତ

ଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ୬ ମୃତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବାନଗରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଣଙ୍କ ଘରେ ନିଆଁ ଲାଗିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ସଧ୍ୟରେ ମହିଳା, ଶିଶୁ ଥିବା ବେଳେ ସେମାନେ ଏକ ପରିବାରର ସଦସ୍ୟ ବୋଲି ଜଣାଯାଇଛି।

ଶିବାନଗରରେ ଭଡ଼ାରେ ରହୁଥିବା ଜଣଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତ ରାତିରେ ପରିବାରର ପ୍ରାୟ ୧୦ ସଦସ୍ୟ ଖାଇବା ସାରି ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ। ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଅଁ ଲିଭାଇଥିଲେ। ଏହାପରେ ସେମାନେ ଭିତରେ ପଶି ଅଚେତ ହୋଇ ପଡ଼ିଥିବା ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କାଠୁଆରେ ଥିବା HMC ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking