17.1 C
Bhubaneswar
Sunday, February 8, 2026
Homeଓଡିଶାକାଜୁ କମ୍ପାନୀରେ ଅଗ୍ନିକାଣ୍ଡ

କାଜୁ କମ୍ପାନୀରେ ଅଗ୍ନିକାଣ୍ଡ

ଗଜପତି: ଗୋଷାଣୀ ବ୍ଲକ ଅନ୍ତର୍ଗତ ଲାବାଣ୍ୟଗଡ ନିକଟ କାଜୁ କମ୍ପାନୀରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଳମ୍ବିତ ରାତି ୧୧ଟାରୁ ନିଆଁ ଲାଗିଥିବା ବେଳେ ଏବେବି ଜଳୁଛି କମ୍ପାନୀ । କମ୍ପାନୀ ଭିତରେ ଶହଶହ କୁଇଣ୍ଟାଲର କାଜୁ ଚୋପା ଗଚ୍ଛିତ ରହିଛି । ସେଥିରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । ଶୁଖିଲା କାଜୁ ଚୋପାରେ ତେଲିଆ ଅଂଶ ଥିବାରୁ ହୂତୁ ହୁତୁ ହୋଇ ଜଳୁଛି। ତେଣୁ କମ୍ପାନି ଭିତରକୁ ଯିବା କଷ୍ଟ ସାଧ୍ୟ ହେବାରୁ ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ପଛପଟୁ ଯିବା ପାଇଁ ଅଗ୍ନିଶମ ଅଧିକାରୀ ପ୍ରଚେଷ୍ଟା କରୁଛନ୍ତି। କେତେକ ଅଂଶରେ ନିଆଁ ଲିଭିବା ପରେ ବି ଧୂଆଁ ବାହାରୁଛି।ତେବେ ନିଆଁ ଆୟତ୍ତ ହେବା ପରେ କ୍ଷୟକ୍ଷତିର ଆକଳନ ସହ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking