15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶବିଜେପି ସାଂସଦଙ୍କ ଘରେ ଅଗ୍ନିକାଣ୍ଡ

ବିଜେପି ସାଂସଦଙ୍କ ଘରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ହାଇପ୍ରୋଫାଇଲ୍ ଅଞ୍ଚଳ ଲୁଟିୟନ୍ସ ଜୋନ୍‌ର ୨୧ ମଦର ଟେରେସା କ୍ରେସେଣ୍ଟ ରୋଡ୍ ସ୍ଥିତ ବରିଷ୍ଠ ବିଜେପି ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ସଂଘଠିତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଘରର ଏକ କୋଠରୀରୁ ଧୂଆଁ ଉଠିବା ଦେଖାଯାଇଥିଲା। ପରେ ପରେ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାକୁ ନେଇ ଭିଭିଆଇପି ଜୋନ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସର୍ଟସର୍କିଟ୍ ହୋଇ ନିଆଁ ଲାଗିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଅଗ୍ନିଶମ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଅଗ୍ନିକାଣ୍ଡରେ ଘରର କିଛି ଆସବାବପତ୍ର ପୋଡିଯାଇଛି। କିନ୍ତୁ କୌଣସି ଧନ ଜୀବନ ହାନିର ରିପୋର୍ଟ ହୋଇନାହିଁ। ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା ଯୋଗୁ କିଛି ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥିଲା। ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ କରୁଛନ୍ତି। ପ୍ରାରମ୍ଭିକ ଭାବରେ, ସର୍ଟ ସର୍କିଟ୍ କାରଣ କୁହାଯାଉଥିଲେ ମଧ୍ୟ କୌଣସି ବୈଷୟିକ କାରଣ କିମ୍ବା ଅନ୍ୟ କିଛି କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ପରେ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking