ଭୁବନେଶ୍ୱର: ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଗୋଟିଏ ଇଭି ବସ୍ରେ ଲାଗିଲା ନିଆଁ । ଚାର୍ଜିଂରେ ବସିଥିବା ବେଳେ ବସ୍ରେ ଅଗ୍ନିକାଣ୍ଡ ଘଟିଛି । ୨ଟି ଅଗ୍ନିଶମ ଟିମ୍ ଦ୍ୱାରା ନିଆଁ ଲିଭାଇବା ଉଦ୍ୟମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।









