24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପୁଣି କୁମ୍ଭମେଳାରେ ଅଗ୍ନିକାଣ୍ଡ

ପୁଣି କୁମ୍ଭମେଳାରେ ଅଗ୍ନିକାଣ୍ଡ

ପ୍ରୟାଗରାଜ : ପୁଣି ପ୍ରୟାଗରାଜ କୁମ୍ଭମେଳାରେ ଅଗ୍ନିକାଣ୍ଡ ଘଟିଛି । ସେକ୍ଟର- ୧୯ ଟେଣ୍ଟରେ ଲାଗିଛି ନିଆଁ । ହେଲେ ନିଆଁ କିଭଳି ଲାଗିଲା ତାହା ଅସ୍ପଷ୍ଟ ରହିଛି । ପ୍ରୟାଗରାଜରେ ମହାକୁମ୍ଭ ଦଳାଚକଟା ଘଟଣାର ତଦନ୍ତରୁ ଏବେ ଷଡ଼ଯନ୍ତ୍ରର ଗନ୍ଧ ବାହାରୁଛି । ୟୁପି ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଏହାକୁ ଦୁର୍ଘଟଣା ନୁହେଁ ବରଂ ଷଡ଼ଯନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ୩୦ ଜଣଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ବ୍ୟତୀତ ୟୁପି ଏଟିଏସ୍ ଓ ଏସ୍‌ଟିଏଫ୍‌ର ଟିମ୍ ଏହି ଘଟଣା ପାଇଁ ଦାୟୀ ଥିବା ଯୁବକଙ୍କୁ ଖୋଜୁଛନ୍ତି। ସିଏଏ-ଏନ୍‌ଆର୍‌ସି ବିକ୍ଷୋଭକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୩ ଜଣିଆ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି। ମହାକୁମ୍ଭରେ ରାସ୍ତାକଡ଼ ଦୋକାନୀ, ପୂଜା ସାମଗ୍ରୀ ଓ ଚୁଡ଼ି ଆଦି ବିକ୍ରେତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking