26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକେମିକାଲ ପ୍ଲାଣ୍ଟରେ ନିଆଁ; ୨ ମୃତ, ୪ ଗୁରୁତର

କେମିକାଲ ପ୍ଲାଣ୍ଟରେ ନିଆଁ; ୨ ମୃତ, ୪ ଗୁରୁତର

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏମ୍‌ଆଇଡିସି (ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମ) ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ ଫ୍ୟାକ୍ଟ୍ରିରେ  ଭୟାବହ ବିସ୍ଫୋରଣ ଯୋଗୁଁ  ବ୍ୟାକ ଅଗ୍ନିକାଣ୍ଡ ସଂଘଠିତ ହୋଇଛି । ଏହି ଅଘଟଣରେ ୨ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୁଲିସ ରିପୋର୍ଟ ଅନୁସାରେ ମୁମ୍ବାଇଠାରୁ ପ୍ରାୟ ୧୧୦ କିଲୋମିଟର ଦୂର ରୋହା ସହରର ଧତାବ ଏମଆଇଡିସିସ୍ଥିତ ସାଧନା ନାଇଟ୍ରୋ ଚେମ୍ ଲିମିଟେଡରେ ପୂର୍ବାହ୍ନ ୧୧ଟା ୧୫ମିନିଟରେ ଏହି ଘଟଣା ଘଟିଛି । ରାଇଗଡ଼ ଆରକ୍ଷୀ ଅଧୀକ୍ଷକ ସୋମନାଥ ଘରଗେ କହିଛନ୍ତି ଯେ, ରାସାୟନିକ କାରଖାନାର ଷ୍ଟୋରେଜ୍ ଟାଙ୍କିରେ ବିସ୍ଫୋରଣ ଘଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ ଜଣ ପୋଡ଼ିଯାଇଥିବା ସେ କହିଛନ୍ତି ।  ଆହତ ଶ୍ରମିକମାନଙ୍କୁ ରୋହାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ମୃତ ଦୁଇଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking