31.1 C
Bhubaneswar
Monday, February 16, 2026
Homeଦେଶ ବିଦେଶରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ମୃତ

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ମୃତ

ରାଜସ୍ଥାନ: ରାଜସ୍ଥାନର ଭିୱାଡି ସହରର ଖୁସଶେରା ଶିଳ୍ପାଞ୍ଚଳରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକ କାରଖାନା ଭିତରେ ପସି ରହିଯାଇଥିବା ଅନୁମାନ କରାଯାଉଛି । ସୋମବାର ସକାଳେ ଏକ ଘରୋଇ ଶିଳ୍ପ ୟୁନିଟର ପ୍ଲଟ ନମ୍ବର ଜି–୧-୧୧୮ବି ରେ ଏହି ଘଟଣା ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ନିଆଁ ଲାଗିଯିିବା ଫଳରେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫସିରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ତୁରନ୍ତ ଉଦ୍ଧାର କରି ରିଲିଫ ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ନିଆଁ କିପରି ଲାଗିଲା ତାହାର ତଦନ୍ତ କରୁଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking