25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଆତିଶିଙ୍କ ବିରୋଧରେ ଏଫ୍‌ଆଇଆର୍‌

ଆତିଶିଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ: ନାମାଙ୍କନ ପୂର୍ବରୁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ନିର୍ବାଚନ ଘୋଷଣା ପରେ, ଜାନୁଆରୀ ୭ ରେ, ରାତି ପ୍ରାୟ ସାଢ଼େ ୨ଟାରେ ପରେ ଘରୋଇ ନିର୍ବାଚନ କାର୍ଯ୍ୟାଳୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପିଡବ୍ଲୁଡ଼ି ସରକାରୀ ଗାଡି ବ୍ୟବହାର କରାଯାଉଥିଲା। କଲକାଜୀ ବାସିନ୍ଦା କେ.ଏସ୍ ଦୁଗ୍ଗଲ୍ ମଧ୍ୟ ଗୋବିନ୍ଦପୁରୀ ଏସ୍‌ଏଚ୍‌ଓରେ ଅଭିଯୋଗ କରିଥିଲେ। କାଲକାଜୀ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଏହା ଆଚରଣ ବିଧି ଉଲ୍ଲଂଘନ ସହିତ ସିଧାସଳଖ ଜଡିତ ବୋଲି କୁହାଯାଉଛି କାରଣ ଥରେ ଆଚରଣ ବିଧି ଲାଗୁ ହେବା ପରେ କୌଣସି ପ୍ରାର୍ଥୀ ସରକାରୀ ଯାନକୁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ ନାହିଁ। ଏହି ହାଇ ପ୍ରୋଫାଇଲ୍ ଆସନ କାଲକାଜୀରୁ ବିଧାୟକ ଆତିଶୀଙ୍କୁ ପୁଣି ଟିକେଟ ଦିଆଯାଇଛି। ତେବେ ତାଙ୍କ ବିରୋଧରେ ବିଜେପି କଲକାଜୀରୁ ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ ମୈଦାନରେ ଓହ୍ଲାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking