27.1 C
Bhubaneswar
Wednesday, July 16, 2025
Homeଓଡିଶାଅଟା ଚକଟିବା ପରେ ମହିଳାମାନେ କାହିଁକି ଅଟା ଗୁଳାରେ ଆଙ୍ଗୁଠି ଚିହ୍ନ ପକାନ୍ତି ?

ଅଟା ଚକଟିବା ପରେ ମହିଳାମାନେ କାହିଁକି ଅଟା ଗୁଳାରେ ଆଙ୍ଗୁଠି ଚିହ୍ନ ପକାନ୍ତି ?

ଭୁବନେଶ୍ୱର : ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ରୁଟି ତିଆରି ହେଉଥିବ । ଆଉ ଆଥିପାଇଁ ଆମ ମାଆମାନେ ଅଟା ଚକଟିଥାନ୍ତି । ବେଳେ ବେଳେ ଆପଣ ଦେଖିଥିବେ ଯେ, ଅଟା ଚକଟି ସାରିବା ପରେ ମହିଳାମାନେ ସେଥିରେ ଆଙ୍ଗୁଠି ଛାପ ପକାଇଥାନ୍ତି । ଏହାକୁ ଦେଖି ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ? ଏହା ପଛରେ କାରଣ କ’ଣ ? ମହିଳାମେନ ଏଭଳି କାହିଁକି କରନ୍ତି ? ତେବେ ଏଭଳି କରିବା ପଛରେ ରହିଛି ଏକ ବଡ଼ କାରଣ । ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା….

କାହିଁକି ଦିଆଯାଏ ଆଙ୍ଗୁଠି ଛାପ
ଆପଣମାନେ ପ୍ରାୟତଃ ଦେଖିଥିବେ ଯେ, ମହିଳାମାନେ ଘରେ ରୁଟି କରିବା ପାଇଁ ଅଟା ଚକଟିଥାନ୍ତି । ଆଉ ଅଟାକୁ ଚକଟି ସାରିବା ପରେ ଗୋଳା ତିଆରି କରିବା ସମୟରେ ସେଥିରେ ଆଙ୍ଗୁଠି ଛାପ ଚିହ୍ନ ଦେଇଥାନ୍ତି । ତେବେ ଏହା ପଛରେ ରହିଛି ଏକ ଗୁରୁତ୍ବପୂର୍ଣ୍ଣ କାରଣ । ଏଭଳି କରିବା ଆମ ପୂର୍ବଜମାନଙ୍କ ସହ ଜଡ଼ିତ । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସମୟରେ ଅଟାକୁ ଗୋଲ ଗୋଲ ଗୋଳା କରି ବ୍ୟବହାର କରାଯାଏ । ସେହି ଅଟା ଗୁଳା କେବଳ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ । ସେଥିରୁ ପ୍ରସ୍ତୁତ ରୁଟିକୁ ଖାଇଲେ ପିତୃଦୋଷ ଲାଗିଥାଏ। ତେଣୁ ଅଟା ଚକଟିବା ପରେ ମହିଳାମାନେ ସେଥିରେ ଆଙ୍ଗୁଠି ଛାପ ଛାଡ଼ିଦିଅନ୍ତି । ଆଙ୍ଗୁଠି ଛାପ ସୂଚାଇଥାଏ ଯେ, ଏହା ଖାଇବା ପାଇଁ ଉଦ୍ଦିଷ୍ଟ ।

• ବାସ୍ତୁଶାସ୍ତ୍ର ଅନୁସାରେ, ମହିଳାମାନେ ସବୁବେଳେ ଗାଧୋଇ ସାରିବା ପରେ ଅଟା ଚକଟିବା ଉଚିତ । ଏହା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ    ହୁଅନ୍ତି । ଫଳରେ ଘରେ ଧନବୃଦ୍ଧି ହୋଇଥାଏ । ଅଗାଧୁଆରେ ଅଟା ଚକଟିବା ପରିବାର ପାଇଁ ବିପଦ ଆଣିପାରେ ।
• ଅଟା ଚକଟି ସାରିବା ପରେ ଏହାକୁ ବହୁ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ଅଟା ଚକଟି ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି   ପାଇଥାଏ । ଏହାସହ ଏଥିରେ ବାହ୍ୟ ଜୀବାଣୁ ମଧ୍ୟ ଲାଗି ଯାଆନ୍ତି । ଯାହାକୁ ଖାଇବା ଫଳରେ ଶରୀର ଉପରେ ଖରାପ ପ୍ରଭାବ       ପଡ଼ିଥାଏ ।
• ବେଳେବେଳେ ଆମେ ଆବଶ୍ୟକ ଠାରୁ ଅଧିକ ଅଟା ଚକଟି ଦେଉ । ଆଉ ବଳକା ଅଟା ଚକଟାକୁ ଫ୍ରିଜରେ ରଖି ଦେଉ । ଯଦି   ଆପଣ  ଏମିତି କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ବାସି ଅଟା ଚକଟାରୁ ରୁଟି ପ୍ରସ୍ତୁତ କରି ଖାଇବା ଦ୍ବାରା ରାହୁ ଦୋଷ   ଲାଗିଥାଏ । ଫଳରେ ରାହୁ ନଜର ପ୍ରଭାବରେ ମାନସିକ ସ୍ଥିତି ବିଗିଡି ଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking