17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶୟୁପି ବିଧାନସଭା ପରିସରରେ ପାନଛେପ ପକାଇଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ୟୁପି ବିଧାନସଭା ପରିସରରେ ପାନଛେପ ପକାଇଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଲକ୍ଷ୍ମୌ: ବିଧାନସଭାରେ ପାନ , ଗୁଟକା ଖାଇଲେ ଦେବାକୁ ପଡିବ ଜୋରିମାନା ।  ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଥିବା ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓ ସାମ୍ନାକୁ ଆସିବା ପରେ  ୟୁପି ବିଧାନସଭାର ବାଚସ୍ପତି କହିଥିଲେ,‘ ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା ପକାଇଛନ୍ତି । ମୁଁ ସେମାନଙ୍କୁ ସିସିଟିଭିରେ ଦେଖିଛି। ’ ଏହି ଘଟଣାକୁ ନେଇ ବାଚସ୍ପତି ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ । ଏହି ଘଟଣାପରେ ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ନିଷିଦ୍ଧ କରାଯାଇଛି। ଏଥିସହିତ ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି କଡ଼ା ସୂଚନା ଜାରି କରାଯାଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking