ଭୁବନେଶ୍ୱର: ଭାରତରେ ବଢୁଛି ଶୀତ । ଥଣ୍ଡା ପବନ ଏବଂ କୁହୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗୋଟିଏ ପଟେ ଥଣ୍ଡା ପାଗ ଲୋକଙ୍କ ପାଇଁ ସମସ୍ୟଆ ଆମିଦେଇଥାଏ । ଓଠ ଓ ଚର୍ମ ଫାଟିଯିବାର ସମସ୍ୟା ଦେଖାଯାଏ । ଶୀତଦିନେ ଚର୍ମ ଶୁଖିଲା ପଡିବା ସହ ଓଠ ଫାଟିବା ଆରମ୍ଭ ହୁଏ । ଏହା ପଛର କାରଣ କଣ ଜାଣନ୍ତୁ । ଦୁଇଟି ଭିଟାମିନ ଅଭାବରୁ ଏହା ହୋଇଥାଏ । ଭିଟାମିନ ସି ଓ ଭିଟାମିନ ଡି । ଭିଟାମିନ ସିର ଅଭାବ ହେଲେ ଚର୍ମ ଶୁଖିଲା ଦେଖାଯିବା ସହିତ ଚର୍ମ କୁଣ୍ଡେଇ ହୁଏ । ଏହାକୁ ଦୂର କରିବାକୁ ହେଲେ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଅଁଳା, ଅଙ୍ଗୁର , କମଳା ଖାଇପାରିବେ । ଶୀତଦିନେ ସୂର୍ଯ୍ୟ କିରଣ କମ ଥାଏ । ଯାହା ଶରୀରରେ ଭିଟାମିନ ଡି ଅଭାବକୁ ନେଇପାରେ । ଭିଟାମିନ ଡି ଅଭାବରୁ ଚର୍ମ ଫାଟିଥାଏ ।