24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜାଣନ୍ତୁ କେଉଁ ଦେଶରେ ପ୍ରତି ଘଣ୍ଟାରେ ହେଉଛି ସର୍ବାଧିକ ଲୋକଙ୍କ ମୃତ୍ୟୁ

ଜାଣନ୍ତୁ କେଉଁ ଦେଶରେ ପ୍ରତି ଘଣ୍ଟାରେ ହେଉଛି ସର୍ବାଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ମୋଟ ଜନସଂଖ୍ୟା ୮୦୦ କୋଟିକୁ ଅତିକ୍ରମ କରିଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ, ଯାହାର ସଂଖ୍ୟା ୧୪୬ କୋଟିରୁ ଅଧିକ। ସେଭଳି ଲିଷ୍ଟରେ ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଚୀନ୍ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ସେଭଳି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ବିବେଚିତ ଆମେରିକାରେ ୩୪ କୋଟିରୁ ଅଧିକ ଜନସଂଖ୍ୟା ସହିତ ତୃତୀୟ ସ୍ଥାନରେ ଅଛି। କିନ୍ତୁ ଜାଣନ୍ତି କି ବିଶ୍ୱର କେଉଁ ଦେଶରେ ପ୍ରତି ଘଣ୍ଟାରେ ସର୍ବାଧିକ ମୃତ୍ୟୁ ଘଟୁଛି ? ଦି ଗ୍ଲୋବାଲ୍ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ପ୍ରକାଶିତ ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ରିପୋର୍ଟ ଅନୁସାରେ, ଭାରତ ଏବଂ ଚୀନରେ ପ୍ରତି ଘଣ୍ଟାରେ ୧୦୦୦ ରୁ ଅଧିକ ମୃତ୍ୟୁ ଘଟୁଛି।

ବିଶ୍ୱରେ ପ୍ରତି ଘଣ୍ଟାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଥିବା ୩ଟି ଦେଶ:
ରିପୋର୍ଟ ଅନୁସାରେ, ଚୀନ୍ରେ ବିଶ୍ୱରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଛି, ପ୍ରାୟ ପ୍ରତି ଘଣ୍ଟାରେ ୧୨୨୧ ଜଣ ପ୍ରାଣ ହରାଉଛନ୍ତି। ଏହି ତଥ୍ୟ ଚୀନ୍‌ର ବୃହତ ଜନସଂଖ୍ୟା ଏବଂ ଏହାର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ପ୍ରତିଫଳିତ କରେ। ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଆମ ଦେଶରେ ପ୍ରତି ଘଣ୍ଟାରେ ପ୍ରାୟ ୧୦୬୯ ଜଣଙ୍କ ମୃତ୍ୟୁ ହେଉଛି। ପ୍ରତି ଘଣ୍ଟାରେ ଏହି ଏତେ ସଂଖ୍ୟାରେ ମୃତ୍ୟୁ ଦେଶର ଜନସଂଖ୍ୟା ଏବଂ ଅନ୍ୟା ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ଦର୍ଶାଉଛି। ଏହି ସମୟରେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ମୋଟ ଜନସଂଖ୍ୟା ଏବଂ ପ୍ରତି ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଛି। ପ୍ରତି ଘଣ୍ଟାରେ ସେଠାରେ ମୋଟ ୩୩୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି।

କେଉଁ ଦେଶଗୁଡ଼ିକ ଶୀର୍ଷ ୧୦ ସ୍ଥାନରେ ଅନ୍ତର୍ଭୁକ୍ତ?
ରିପୋର୍ଟ ଅନୁସାରେ, ନାଇଜେରିଆ ଚତୁର୍ଥ ସ୍ଥାନରେ ଅଛି। ସେଠାରେ ପ୍ରତି ଘଣ୍ଟାରେ ୩୧୩ ଜଣଙ୍କର ମୃତ୍ୟୁ ହେଉଛି। ସେଭଳି ଇଣ୍ଡୋନେସିଆରେ ୨୩୮ ସହିତ ପଞ୍ଚମ ସ୍ଥାନରେ ଅଛି। ପ୍ରତି ଘଣ୍ଟାରେ ୧୯୮ ଜଣଙ୍କ ମୃତ୍ୟୁ ସହିତ ରୁଷ ଷଷ୍ଠ ସ୍ଥାନରେ ଅଛି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ୧୮୧ ଜଣଙ୍କ ମୃତ୍ୟୁ ସହିତ ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଜାପାନ ଅଷ୍ଟମ ସ୍ଥାନରେ ୧୮୦ ଏବଂ ବ୍ରାଜିଲ ୧୬୭ ଜଣଙ୍କର ମୃତ୍ୟୁ ସହିତ ନବମ ସ୍ଥାନରେ ଅଛି । ଶେଷରେ ଜର୍ମାନୀରେ ଘଣ୍ଟାକୁ ୧୦୮ ମୃତ୍ୟୁ ସହିତ ଦଶମ ସ୍ଥାନରେ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking