25.1 C
Bhubaneswar
Thursday, March 19, 2026
Homeଓଡିଶାଅଧ୍ୟାପକଙ୍କ ବିରୋଧରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ କ’ଣ ଥିଲା ଜାଣନ୍ତୁ

ଅଧ୍ୟାପକଙ୍କ ବିରୋଧରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ କ’ଣ ଥିଲା ଜାଣନ୍ତୁ

ବାଲେଶ୍ୱର: ଅସହ୍ୟ ହେଲା ନିର୍ଯାତନା, ନିଜକୁ ଜାଳିଦେଲେ କଲେଜ ଛାତ୍ରୀ । ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ସ୍ୱଂୟଶାସିତ ଫକୀର ମୋହନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀ ଶନିବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ବର୍ତ୍ତମାନ ଜୀଵନ ମରଣ ସହ ଲଢୁଛନ୍ତି ପୀଡିତା ଛାତ୍ରୀ । ଛାତ୍ରୀଜଣକ ପ୍ରିନ୍ସିପଲଙ୍କୁ ଲେଖି ଜଣାଇଥିଲେ ଯେ ଗତ କିଛି ମାସ ଧରି ବିଇଡି ଡିପାର୍ଟମେଣ୍ଟର ଏଚଓଡି ସମୀର କୁମାର ସାହୁ ମୋଠୁ ଶାରୀରିକ ଆଶା ପାଇଁ ଇଚ୍ଛା ପ୍ରକାଶ କରୁଥିଲେଯାହାକୁ ମୁଁ ଅସ୍ବୀକାର କରିଥିଲି । ମୁୁଁ ଓଡିଶା ସରକାର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଶିକ୍ଷିତ ଶିକ୍ଷୟିତ୍ରୀ, ସେଥିପାଇଁ ମୁଁ ପଢୁଥିବା କଲେଜର ପ୍ରିନ୍ସିପାଲଙ୍କ ଆନୁଗମ୍ୟରେ ମୁଁ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲି । ଏହି କାରଣରୁ ମୁଁ କ୍ଲାସରେ ଅନୁପସ୍ଥିତ ରହୁଥିଲି । ତା ସହିତ ମୋ ବ୍ୟକ୍ତିଗତ ସମସ୍ୟା ମଧ୍ୟ ରହିଥିଲା ଅନୁପସ୍ଥିତିର କାରଣ । ଯାହାର ପ୍ରମାଣ ମୋ ପାଖରେ ଅଛି ଏବଂ ଏହି ବିଷୟରେ ସମୀର ସାର ମଧ୍ୟ ଅବଗତ ଅଛନ୍ତି । କ୍ଲାସରେ ଅନୁପସ୍ଥିତିର ଫାଇଦା ଉଠାଇ ମୋତେ କ୍ଲାସରେ ଏବଂ ବାହାରେ ଧମକ ଦେବା ସହ ବେକ ଲଗାଇ ୬ ବର୍ଷ ରଖିବାର ଧମକ ମଧ୍ୟ ଦେଉଥିଲେ । ଏଥିସହିତ ବାପାଙ୍କୁ ମୋବିଷୟରେ ମିଛ କଥା କହୁଥିଲେ । ମାନସିକ ଚାପ ପକାଉଥିଲେ ।

ଏ ସବୁ ଜିନିଷ ମୋ ସହ ବାରମ୍ବାର ଘଚିବା ପରେ ମୁଁ ମୋ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି । ପରବର୍ତ୍ତୀ ସମୟରେ ମୋତେ ମୋ ସାଙ୍ଗମାନେ ବଞ୍ଚାଇ ଦେଇଥିଲେ । ଗତ ଜୁନ ୩୦ ତାରିଖରେ ମୁଁ ପ୍ରିନ୍ସପଲଙ୍କୁ ଲିଖିତ ଅଭିଯୋଗ କରିଥିଲି । ମୋ ଅଭିଯୋଗ ପରେ ବାଲେଶ୍ୱର ଏସପି ନିରଞ୍ଜନ ବେହେରା ଓ ତାଙ୍କ ସହିତ କଲେଜର ଅନ୍ୟ ଆଧ୍ୟାପକ ଥିଲେ ଏବଂ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ୩ରୁ୫ ଦିନ ସମୟ ମାଗିଥୟଲେ ଘଟଣାର ତଦନ୍ତ ସହିତ ସମାଧାନ ଓ ଉଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ଜୁନ ୧ ତାରିଖରେ ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକା ଦ୍ୱାରା ମୋତେ ବାରମ୍ବାର ପ୍ରଶ୍ନ ପଚାରି ମାନସିକ ଚାପ ପକାଇବା ଫଳରେ ମୋର ମାନହାନି ଘଟିଛି । ଯଦି କଲେଜ କର୍ତ୍ତୃପକ୍ଷ ମୋତେ ଉଚିତ ନ୍ୟାୟ ନଦିଅନ୍ତି ତାହେଲେ ମୁଁ ଆତ୍ମହତ୍ୟା କରିବି । ଯାହା ପାଇଁ ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ। ଛାତ୍ରୀ ଲେଖିଥିବା ସମସ୍ତ ଆପ୍ଲିକେସନ ଟ୍ୱିଟରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି, ଉଚ୍ଚଶିକ୍ଷା ନିର୍ଦେଶକ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ଏମପି, ସ୍ଥାନୀୟ ବିଧାୟକ, ବାଲେଶ୍ୱର ଏସପିଙ୍କୁ ଟାଗ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଷ୍ୟନୁଷ୍ଠାନ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking