16.1 C
Bhubaneswar
Saturday, December 6, 2025
Homeଓଡିଶାହସିବା ଦ୍ୱାରା କଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ଜାଣନ୍ତୁ

ହସିବା ଦ୍ୱାରା କଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ଜାଣନ୍ତୁ

ଭୁବନେଶ୍ୱର: କୁହାଯାଏ ସବୁବେଳେ ହସିବା ଦେହ ପାଇଁ ହିତକାରକ । ତେବେ ଆସନ୍ତୁ ଜାଣିବା ହସିବା ଦ୍ୱାରା କଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ସବୁବେଳେ ହସିବା ଦ୍ୱାରା ମସ୍ତିଷ୍କରେ ଡୋପାମିନ୍ ହରମୋନ୍ ନିର୍ଗତ ହୁଏ , ଯାହା ଖୁସି ପ୍ରଦାନ କରିଥାଏ । ଡୋପାମିନ୍ ସହିତ ସେରୋଟୋନିନ୍ ହରମୋନ୍ ମଧ୍ୟ ନିର୍ଗତ ହୁଏ, ଯାହା ଚାପ ହ୍ରାସ କରେ । ଶୁଲି ରହିବା ଏବଂ ହସିବା ଶରୀରରେ ଆଣ୍ଟିବଡି ଏବଂ ରୋଗ ପ୍ରତିରୋଧକ କୋଷଗୁଡିକ ସକ୍ରିୟ ରଖେ । ହସିବା ଦ୍ୱାରା ଏଣ୍ଡୋରଫିନ୍ ନାମକ ଏକ ପ୍ରାକୃତିକ ହରମୋନ୍ ନିର୍ଗତ ହୁଏ, ଯାହା ଯନ୍ତ୍ରଣା ଦୂର କରିଥାଏ । ହସିବା ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନର ପରିମାଣବୃଦ୍ଧି ପାଏ, ଯାହା ମନୋଭାବକୁ ଭଲ ରଖେ । ହସିବା ଦ୍ୱାରା ମସ୍ତିଷ୍କର ଧ୍ୟାନ ବୃଦ୍ଧି କରେ, ଯାହା ଜିନିଷ ଭୁଲିବା ଅଭ୍ୟାସକୁ ହ୍ରାସ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking