14.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରତିଦିନ ନାଚିବା ଦ୍ୱାରା କଣ ସ୍ବାସ୍ଥ୍ୟ ଲାଭ ମିଳିଥାଏ ଜାଣନ୍ତୁ

ପ୍ରତିଦିନ ନାଚିବା ଦ୍ୱାରା କଣ ସ୍ବାସ୍ଥ୍ୟ ଲାଭ ମିଳିଥାଏ ଜାଣନ୍ତୁ

ଭୁବନେଶ୍ୱର: ପ୍ରାୟତଃ ୭୦ ପ୍ରତିଶତ ଲୋକଙ୍କୁ ଡାନ୍ସ କରିବାକୁ ବହୁତ ଭଲ ଲାଗେ । ଡାନ୍ସ କରିବା ଦ୍ୱାରା ଖୁସି ଅନୁଭବ ତ ହୋଇଥାଏ ତା ସହିତ ଚାପ ମଧ୍ୟ ଚୁଟକିରେ ଗାଏବ ହୋଇଥାଏ । ଡାନ୍ସ ଏକ କଳା ନୁହେଁ, ଏହା ଏକ ବ୍ୟାୟାମ ବୋଲି ମଧ୍ୟ କୁହାଯାଇପାରିବ । ଡାନ୍ସ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହେ । ମନେରଞ୍ଜନର ମାଧ୍ୟମ ପାଲଟିଥିବା ଡାନ୍ସକୁ ଯଦି ଆପଣ ୧୫ ଦିନ ଘରେ କରିବେ ତା’ ହେଲେ ଶରୀରରେ ମ୍ୟାଜିକ ପରି ଫରକ ଜାଣିପାରିବେ । ଏହା ରୋଗକୁ ଦୂର କରିଥାଏ, ସତେଜ ଅନୁଭବ କରାଇଥାଏ । ଏକ ପ୍ରକାରର ବ୍ୟାୟାମର କାମ କରୁଥିବା ଡାନ୍ସ ହୃଦୟ ଏବଂ ଫୁସଫୁସ ପାଇଁ ବହୁତ ଲାଭଦାୟକ ।

ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବା ସହିତ ଅଙ୍ଗପ୍ରତ୍ୟଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପହଞ୍ଚାଇଥାଏ ଏବଂ ହୃଦୟକୁ ସୁସ୍ଥ ରଖିଥାଏ । ଡାନ୍ସ ହାଡକୁ ମଜଭୁତ କରିଥାଏ । ମାଂସପେଶୀକୁ ହାଲୁକା କରବା ସହିତ ଓଜନକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଏହା କ୍ୟଲୋରି ବର୍ଣ୍ଣ କରୁଥିବାରୁ ଜମିଥିବା ଚର୍ମକୁ ମଧ୍ୟ କମାଇଥାଏ । ମୋଟାପଣ ଦୂର କରିବାର ଏକ ସହଜ ଉପାୟ ହେଉଛି ପ୍ରତ୍ୟେକ ଦିନ ମନଖୋଲି ନାଚିବା । ନାଚିବା ଦ୍ୱାରା ଶରୀରରୁ ଏଣ୍ଡୋର୍ଫିନ ( ଖୁସି ହରମୋନ) ରିଲିଜ ହୋଇଥାଏ, ଯାହା ଚିନ୍ତା ଦୂର କରିଥାଏ ଏବଂ ଆପଣଙ୍କ ଦିନକୁ ଖୁସିରେ ବିତାଇବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking