ଭୁବନେଶ୍ୱର: ଆମ୍ବ ଏତେ ସ୍ୱାଦିଷ୍ଟ ଫଳ ଯେ ନାମଁ ଶୁଣିଲେ ପାଟିରୁ ପାଣି ଆସିଯାଏ । ସ୍ୱାଦିଷ୍ଟ ହେବା ସହିତ ଆମ୍ବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଆମ୍ବରେ ଭିଟାମିନ , ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଏ । ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇପାରେ ଯେପରିକି, ବଦହଜମି, ଗ୍ୟାସ , ପେଟ ଯନ୍ତ୍ରଣା ହୋଇପାରେ । ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ପେଟ ଫୁଲିବା , ଗ୍ୟାସ ସୃଷ୍ଟି କରିଥାଏ । ଆମ୍ବରେ ପ୍ରଚୁର କ୍ୟାଲୋରୀ ଥାଏ , ତେଣୁ ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହୋଇପାରେ । ଆମ୍ବରେ ଉଚ୍ଚ ଇଣ୍ଡେକ୍ସ ଥାଏ, ଯାହା ଯୋଗୁଁ ଶର୍କରା ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି କରିପାରେ । କିଛି ଲୋକଙ୍କୁ ଆମ୍ବ ପ୍ରତି ଆଲର୍ଜି ହୋଇପାରେ ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ଏହି ଆଲର୍ଜି ପ୍ରକ୍ରିୟା ବଢିପାରେ । ଏହା ବ୍ୟତୀତ ଆମ୍ବରେ ଚିନିର ପରିମାଣ ଅଧିକ ଥିବାରୁ ଏହାକୁ ମଧୁମେହ ରୋଗୀଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ ନାହିଁ ।










