ଭୁବନେଶ୍ୱର: ଖାଦ୍ୟ ଖାଇବା ପରେ ଗୁଡ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟାକୁ ଉନ୍ନତି ଆଣିଥାଏ । ପେଟ ଫୁଲିବା , ଗ୍ୟାସ ଭଳି ସମସ୍ୟାକୁ ରୋକିଥାଏ । ବିଶେଷ କରି ଏହା ଯକୃତ ପାଇଁ ଲାଭ ଦାୟକ ଅଟେ ।ଆଣ୍ଟି ଅକ୍ସିଡାଣ୍ଟ , ଜିଙ୍କ ,ମିନେରାଲ୍ସ ରହିଥାଏ । ଗୁଡ ଖାଇବା ଦ୍ୱାରା ହିମୋଗ୍ଲାବିନ ସ୍ତର ବୃଦ୍ଦି ପାଇଥାଏ । ରକ୍ତହୀନତାକୁ ରୋକିଥାଏ । ଋତୁସ୍ରାବ ସମୟରେ ଶରୀର କ୍ରାମ୍ପ ହେବା ବେଳେ ଗୁଡ ଖାଇବା ନିତ୍ୟାନ୍ତ ଆବଶ୍ୟକ । ଏଥିରୁ ରକ୍ଷା କରିଥାଏ । ନିୟମିତ ଗୁଡ ଖାଇବା ଦ୍ୱାରା ଶରୀରରେ ରକ୍ତ ସଫା କରିବାରେ ସାହାଯ୍ୟ କରେ । ଚର୍ମକୁ ସଫା ରଖିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ମିଠା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ । ଏହା ସହିତ ମେଟାବୋଲିଜିମକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଗୁଡରେ ଥିବା ପୋଟାସିୟମ ଏବଂ ସୋଡିୟମ ଇଲେକ୍ଟ୍ରୋଲାଇଟକ୍ସକୁ ସନ୍ତୁଳିତ କରିବାରେ ଏବଂ ରକ୍ତଚାପ ସ୍ତରକୁ ଉନ୍ନତ କରିବାରେ ସାହାଯ୍ୟ କରେ ।