26.1 C
Bhubaneswar
Saturday, May 3, 2025
Homeଓଡିଶାଯଦି ଆପଣ ୧ ମାସ ଯାଏଁ ପନିର ଖାଆନ୍ତି ତେବେ କଣ ହେବ ଜାଣନ୍ତୁ ..

ଯଦି ଆପଣ ୧ ମାସ ଯାଏଁ ପନିର ଖାଆନ୍ତି ତେବେ କଣ ହେବ ଜାଣନ୍ତୁ ..

ଭୁବନେଶ୍ୱର: ପନିର ହେଉଛି ଏକ ଦୁଗ୍ଧ ଜାତୀୟ ଖାଦ୍ୟ । ପନିରରେ ତିଆରି କୌଣସି ରେସିପି ବନାଇବା ଦ୍ୱାରା  ପାଟିକୁ ସୁସ୍ୱାଦୁ ଲାଗିଥାଏ । ଦେହ ପାଇଁ ହିତକାର ମଧ୍ୟ ହୋଇଥାଏ ।  ଯଦି ଆପଣ ପତ୍ୟେକ ଦିନ ପନିର ଖାଉଛନ୍ତି ତେବେ ଶରୀରକୁ ବହୁତ ଲାଭ ମିଳିଥାଏ ।  ଏଥିରେ  ପ୍ରୋଟିନ ଭିଟାମିନ, ଭିଟାମିନ ବି୧୨ , ଫସଫରସ,  ଏବଂ ସେଲେନିୟମ ଭଳି କିଛି ପୋଷକ ତତ୍ତ୍ୱ ରହିଛି ।  ଏହା ସହିତ ଯଦି ଆପଣ ହେଲ୍‌ଦି ଦେଖାଯିବାକୁ ଚାହୁଁଛନ୍ତି , ତେବେ ଖାଦ୍ୟ ରେ ପନିର ଯୋଗ କରିପାରିବେ ।  ପନିର କେବଳ ଖାଦ୍ୟର ସ୍ୱାଦ ବଢାଇଥାଏ , ଶରୀର ପାଇଁ ବହୁତ ଲାଭ ଯୋଗାଇବାରେ  ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ପନିର ଖାଇବାର ଫାୟଦା କଣ ରହିଛି ।

ପନିରରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି । ଯହା ମାଂଶପେଶୀକୁ ଉନ୍ନତ କରିବାରେ ସାହାଯ୍ୟ କରେ । ପନିରକୁ ଜଳଖିଆରେ , ମଧ୍ୟାହ୍ମ ଭୋଜନରେ  ଏବଂ ରାତ୍ରି ଭୋଜନରେ ମଧ୍ୟ ଖାଇପାରିବେ । ପନିରରେ କ୍ୟାଲସିୟମ ରହିଛି ଯାହାକି ହାଡକୁ ମଜଭୁତ କରିବାରେ ସାହାଯ୍ୟ କରେ । ଏହା ସହିତ ପନିର ଖାଇଥିଲେ ଅଧିକ ସମୟ ଯାଏଁ ଭୋକ ଲାଗିନଥଏ ।  ଓଜନ ନିୟନ୍ତ୍ରଣରେ ରଖେ ।  ଏହାକୁ ଡାଏଟରେ ମଧ୍ୟ ସାମିଲ କରିପାରିବେ । ପନିରରେ ଲେକ୍ଟୋଜର ମାତ୍ରା କମ ରହିଛି ।  ପାଚନ ପ୍ରକ୍ରିୟା ସମ୍ବନ୍ଧର, ହାର୍ଟ ରୋଗରୁ ମୁକ୍ତି ପାଇବା ପାଇଁ ପନିର ଖାଇପାରିବେ । ପନିର ଖାଇବା ଦ୍ୱାରା  ଶରୀରକୁ ଶକ୍ତି ମିଳିଥାଏ ।  ଯାହା କି ଶରୀରକୁ ଦିନ ସାପା ଏକ୍ଟିଭ ରଖିଥାଏ । ଯଦି ଆପଣ ଦୁର୍ୱଳ ଅନୁଭବ କରନ୍ତି ତେବେ ଖାଦ୍ୟରେ ପନିରକୁ ସାମିଲ କରି ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking