28.3 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଶାଳୀ ପ୍ରତି ଭିଣୋଇ ପ୍ରେମ ଶେଷରେ କ’ଣ ହେଲା ଜାଣନ୍ତୁ....

ଶାଳୀ ପ୍ରତି ଭିଣୋଇ ପ୍ରେମ ଶେଷରେ କ’ଣ ହେଲା ଜାଣନ୍ତୁ….

ଝାଡ଼ଖଣ୍ଡ: ଘରେ ସ୍ତ୍ରୀ ଥିଲା, ହେଲେ ସ୍ତ୍ରୀର ସାନ ଭଉଣୀ ଅର୍ଥାତ୍ ଶାଳୀକୁ ଏକ ତରଫା ପ୍ରେମ କରୁଥିଲା ଭିଣୋଇ। ଆଉ ବାହା ହେବାକୁ ବି ଚାହୁଁଥିଲା। ହେଲେ ଭିଣୋଇ ବାଟରେ କଣ୍ଟା ସାଜିଥିଲା ତା ନିଜ ସାନ ଭାଇ। କାରଣ ଶାଳୀକୁ ପ୍ରେମ କରି ବାହା ହୋଇଗଲା ଭିଣୋଇର ସାନ ଭାଇ। ତେଣୁ ରାଗରେ ସାନ ଭାଇକୁ ବାଟରୁ ସବୁଦିନ ପାଇଁ ହଟାଇ ଦେବାକୁ ବଡ଼ ଭାଇ ଦେଲା ଲକ୍ଷେ ୪୦ ହଜାର ଟଙ୍କାର ସୁପାରୀ। ଆଉ ପ୍ଲାନ ହିସାବରେ ହତ୍ୟା ବି ହେଲା। ହେଲେ ପୋଲିସ ସବୁ ଜାଣିଗଲା।  ଝାଡ଼ଖଣ୍ଡର ବୋକାରୋର ସେକ୍ଟର ୯ ସ୍ଥିତ ଶିବଶକ୍ତି କଲୋନିର ଘଟଣା। ବଡ଼ଭାଇ ଅଜୟ ଗୁପ୍ତା ଓ ସାନଭାଇ ଧନଞ୍ଜୟ ସାଙ୍ଗ ହୋଇ ରହୁଥିଲେ। ବଡ଼ଭାଇ ଅଜୟ ହରଲା ଥାନା ଅଞ୍ଚଳର ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। କିନ୍ତୁ ସେ ତାଙ୍କ ଶାଳୀ କାଜଲଙ୍କୁ ଏକ ତରଫା ପ୍ରେମ କରୁଥିଲେ। ହେଲେ ସାନଭାଇ ଧନଞ୍ଜୟ କାଜଲ ଉଭୟେ ପରସ୍ପରକୁ ଭଲ ପାଉଥିଲେ। ତେଣୁ ଦୁହେଁ ବାହା ହେବାକୁ ନିଷ୍ପତ୍ତି ନେଲେ। ଆଉ ପରିବାର ସହମତିରେ ଉଭୟଙ୍କ ବାହାଘର ବି ହେଲା। ହେଲେ ଏହି ବାହାଘରରେ ରାଜି ନଥିଲା ବଡ଼ଭାଇ ଅଜୟ। କାରଣ ସେ ତା ଶାଳୀ କାଜଲକୁ ଏକ ତରଫା ପ୍ରେମ କରୁଥିଲା। ଆଉ ବାହା ହେବାକୁ ବି ଚାହୁଁଥିଲା।

ହେଲେ ତା ବାଟରେ କଣ୍ଟା ସାଜିଥିଲା ସାନ ଭାଇ ଧନଞ୍ଜୟ। ତେଣୁ ଧନଞ୍ଜୟକୁ ସବୁଦିନ ପାଇଁ ବାଟରୁ ହଟାଇଦେବାକୁ ଧନଞ୍ଜୟର ଜଣେ ସାଙ୍କ କରଣ ରୟ ସାଙ୍ଗରେ ମିଶି ରଚିଲା ହତ୍ୟା ଷଡ଼ଯନ୍ତ୍ର।  ସାନଭାଇ ଧନଞ୍ଜୟକୁ ହତ୍ୟା କରିବା ପାଇଁ ବଡ଼ ଭାଇ ଦୁଇଜଣ ସୁପାରୀ କିଲର ଯୋଗାଡ଼ କଲା। କରଣ ଚାସର ଭଗବତୀ କଲୋନିର ବାସିନ୍ଦା ଅଭିଷେକ ମାହାତୋ ଏବଂ ଶିବପୁରୀ କାଲାନିର ବାସିନ୍ଦା ରୋହିତ ଯାଦବଙ୍କୁ ହତ୍ୟା କରିବା ଲକ୍ଷେ ୪୦ ହଜାର ଟଙ୍କାର ସୁପାରୀ ଦେଲା ଅଜୟ। ଯୋଜନା ଅନୁସାରେ, ମେ ୪ ତାରିଖ ଦିନ ଧନଞ୍ଜୟକୁ ମାରିବା ପାଇଁ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ଆଉ ପ୍ଲାନ ହିସାବରେ ସାଙ୍ଗ କରଣ ଧନଞ୍ଜୟକୁ ଏକ ଭଡ଼ା ଥିବା ନେଇ ଡାକିଲା।  ଧନଞ୍ଜୟ ବି କରଣ କଥାରେ ବିଶ୍ୱାସ କରି ଭଡ଼ା ଆଶାରେ ରାତିରେ ଆସି କରଣ ପାଖରେ ପହଞ୍ଚିଲା। ଆଉ କରଣ ସାଙ୍ଗରେ ପୂର୍ବରୁ ମହଜୁଦ ଥିଲେ ସୁପାରୀ କିଲର ଅଭିଷୋକ ଏବଂ ରୋହିତ। ଧନଞ୍ଜୟ ପହଞ୍ଚିବା ମାତ୍ରେ ରୋହିତ ଅଟୋରେ ବସାଇ ସେମାନଙ୍କୁ ଧନଞ୍ଜୟ ସାଙ୍ଗରେ ପଠେଇଦେଲା। ଆଉ ରାଜପଥ ନିକଟରେ ବସି ସମସ୍ତେ ମଦ୍ୟପାନ କଲେ। ପରେ ଧନଞ୍ଜୟକୁ ଛୁରୀ ଭୁସି ହତ୍ୟା କରିବା ପରେ ରାସ୍ତା କଡରେ ଫୋପାଡି ଦେଇ ଆସିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking