26.1 C
Bhubaneswar
Wednesday, February 26, 2025
Homeଦେଶ ବିଦେଶକାଲିଠୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କଣ ବଡ ପରିବର୍ତ୍ତନ ହେବ ଜାଣନ୍ତୁ ..

କାଲିଠୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କଣ ବଡ ପରିବର୍ତ୍ତନ ହେବ ଜାଣନ୍ତୁ ..

ନୂଆଦିଲ୍ଲୀ : ଫେବୃଆରୀ ମାସରେ ନୂଆ ନିୟମ । ଫେବୃଆରୀ ୧ , ୨୦୨୫ରେ ଏହି ନିୟମ ଲାଗୁ ହେବ । ବ୍ୟାଙ୍କିଂ କ୍ଷେତ୍ରରେ ହୋଇଛି କିଛି ବଡ ପରିବର୍ତ୍ତନ ।   ଏହି ପରିବର୍ତ୍ତନ  ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନିର୍ଦ୍ଦେଶ ଦ୍ୱାରା  ଲାଗୁ ହେବ ।  ଏସବିଆଇ , ପିଏନବି , କାନାରା ବ୍ୟାଙ୍କ  ଅନ୍ୟ ପ୍ରମୁଖ ଗ୍ରାହକ ଏହାଦ୍ୱାରା ପ୍ରଭାବିତ ହେବେ । ୧ ଫେବୃଆରୀ  ୨୦୨୫ରେ ସେଭିଙ୍ଗ ଆକାଉଣ୍ଟରେ ନ୍ୟୁନମତ ପଲିସିର ରାଶିକୁ ବଢାଯିବ । ଏସବିଆଇ ଗ୍ରାହକଙ୍କୁ ଏବେ ୫ ହଜାର ଟଙ୍କା ବାଲାନ୍ସ ନିଜ ଖାତାରେ ରଖିବାକୁ ପଡିବ, ଯାହା ପୂର୍ବରୁ ୩ ହଜାର ଟଙ୍କା ଥିଲା । ସେହିପରି ପିଏନବିର ନ୍ୟୁନତମ ବାଲାନ୍ସ ୨ ହଜାରରୁ ବଢି ୩ ହଜାର ୫୦୦ ହୋଇଛି । କାନାରା ବ୍ୟାଙ୍କ ପାଇଁ ଏହି ରାଶି ୧ ହଜାର ଟଙ୍କାରୁ ବଢି ୨ ହଜାର ୫୦୦ ଟଙ୍କା ହୋଇଛି । ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ନିଜ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖନ୍ତୁ ଆଉ ଫାଇନ ଦେବାରୁ ବଞ୍ଚିତ ହୁଅନ୍ତୁ ।  ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟାକୁ କମ କରିଦିଆଯାଇଛି । ଏବେ କେବଳ ପ୍ରତି ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନର ଅନୁମତି ରହିବ । ଏହାପରେ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଶୁଳ୍କ ପଡିବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଣ କଲେ ଏହି ଶୁଳ୍କ ୩୦ ଟଙ୍କା ଦେବାକୁ ହେବ । ଆଉ ଗୋଟିଏ ଦିନରେ ଆପଣ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ । ବ୍ୟାଙ୍କ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଅନୁସାରେ ସେଭିଙ୍ଗ ଆକାଉଣ୍ଟ ଓ ଫିକ୍ସ ଡିପୋଜିଟର ସୁଧରେ ପରିବର୍ତ୍ତନ କରିଛନ୍ତି । ସେଭିଙ୍ଗ ଆକାଉଣ୍ଟରେ ଏବେ ୩.୫ ପ୍ରତିଶତ ସୁଧ ମିଳିବ, ଯାହା ପୂର୍ବରୁ ୩ ପ୍ରତିଶତ ଥିଲା । ଗୋଟିଏ ବର୍ଷରେ ଫିକ୍ସ ଡିପୋଜିଟ ସୁଧ ଦର ୫.୫ ପ୍ରତିଶତ ବଢି ୬ ପ୍ରତିଶତ ହୋଇଯିବ । ସେହିପରି ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୦.୫ ପ୍ରତିଶତ ଲାଭ ମିଳିବ । ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ  ଓ ଗ୍ରାହକ କୈନ୍ଦ୍ରିକ କରିବା ପାଇଁ ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗରେ ନୂଆ ଫିଚର୍ସ ଯୋଡା ଯାଇଛି । ଗ୍ରାହକ ଏବେ ଅଧିକ ସୁରକ୍ଷିତ ଓ ଦ୍ରୁତ ନେଣଦେଣ କରିପାରିବେ । ଡିଜିଟାଲ ମାଧ୍ୟମରେ ପୈଠ କଲେ ଅତିରିକ୍ତ ଲାଭ ଓ କ୍ୟାସବ୍ୟାକ ଲାଭ ବି ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking