21.1 C
Bhubaneswar
Monday, December 8, 2025
Homeଓଡିଶାଜଣେ ଦିନରେ କେତେ ସମୟ ଯୋଗ କରିବା ଉଚିତ ଜାଣନ୍ତୁ..

ଜଣେ ଦିନରେ କେତେ ସମୟ ଯୋଗ କରିବା ଉଚିତ ଜାଣନ୍ତୁ..

ଭୁବନେଶ୍ୱର: ଶରୀରକୁ  ସୁସ୍ଥ ଏବଂ ଫିଟ ରଖିବା ପାଇଁ   ବିଶେଷଜ୍ଞମାନେ  ନିୟମିତ  ଭାବରେ ଯୋ କରିବାକୁ  ପରାମର୍ଶ  ଦିଅନ୍ତି । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ  ବୃଦ୍ଧି ପାଇବା ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବାରେ ସାହାଯ୍ୟ କରେ । ଯୋଗ  ଅନେକ ରୋଗର  ଆଶଙ୍କା କମାଇବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ ,  ଆଜି ଜାଣିବା ଆମକୁ ଗୋଟେ ଦିନରେ କେତେ ସମୟ ଯୋଗ କରିବା ଉଚିତ । ବିଶେଷଜ୍ଞଙ୍କ  ମତରେ , ପ୍ରତିଦିନ ୩୦ ମିନିଟ କିମ୍ବା ୧ ଘଣ୍ଟା ଯୋଗ କରିବା ଉଚିତ । ଯୋଗ କିମ୍ବା ବ୍ୟାୟାମ ପାଇଁ ସକାଳୁ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଯଦି ଆପଣ ସନ୍ଧ୍ୟାରେ ଯୋଗ କରନ୍ତି, ତେବେ ଆପଣଙ୍କୁ ଖାଦ୍ୟ ଖାଇବାର ତିନି ଘଣ୍ଟା ପରେ ଏହା କରିବା ଉଚିତ । ଯୋଗ କରିବା ଦ୍ୱାରା ଶରୀରରେ ଶକ୍ତି ସ୍ତର ଭଲ ରହିଥାଏ ।  ଶାରୀରିକ କଯ୍ୟକ୍ଷମତା ଏବଂ ଷ୍ଟାମିନା ବୃଦ୍ଧି ପାଇଁ ପ୍ରତିଦିନ ୩୦ ମିନିଟ ଯୋଗ କରିବା  ମଧ୍ୟ  ଲାଭଦାୟକ ବୋଲି ବିବେଚନା କରାଯାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking