ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଭବନ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ବାସଭବନ । ବ୍ରିଟିଶ ଶାସନ ସମୟରେ, ଏହା ବ୍ରିଟିଶ ଭାଇସରାୟଙ୍କ ସରକାରୀ ବାସଭବନ ଥିଲା । ଭାରତର ରାଷ୍ଟ୍ରପତି ଭବନ ୩୩୦ ଏକର ଜମିରେ ବିସ୍ତୃତ । ରାଷ୍ଟ୍ରପତି ଭବନ ଏକ ଚାରି ମହଲା ବିଶିଷ୍ଟ କୋଠା ଏବଂ ଏଥିରେ ଛୋଟ ଏବଂ ବଡ ଉଭୟ ୩୪୦ କୋଠରୀ ଅଛି । ଏହି ରାଷ୍ଟ୍ରପତି ଭବନ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରିପୋର୍ଟ ଅନୁସାରେ, ଭାରତର ରାଷ୍ଟ୍ରପତି ଭବନ ପ୍ରାୟ ୧.୪ କୋଟି ଟଙ୍କାରେ ନିର୍ମିତ ହୋଇଥିଲା । ରାଷ୍ଟ୍ରପତି ଭବନ ୱେବସାଇଟ୍ ଅନୁଯାୟୀ, ଏହାକୁ ନିର୍ମାଣ କରିବା ପାଇଁ ୭୦ କୋଟିରୁ ଅଥିକ ଇଟା ଏବଂ ତିନି ନିଟୁତ ଘନଫୁଟ ପଥର ବ୍ୟବହୃତ ହୋଇଥିଲା । ଏହା ବ୍ୟତୀତ ରାଷ୍ଟ୍ରପତି ଭବନ ନିର୍ମାଣରେ ପ୍ରାୟ ୨୩ ହଜାର ଶ୍ରମିକ କାମ କରିଥିଲେ । ରାଷ୍ଟ୍ରପତି ଭବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କେନ୍ଦୀୟ ଗମ୍ବୁଜ ।










