ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକ ଏସି ବ୍ୟବହାର କରନ୍ତି । ଦିନ ରାତି ଏସି ସାମ୍ନାରେ ବସି କାମ କରନ୍ତି । ହେଲେ ଜାଣିଛନ୍ତି କି , ଏସି ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କିପରି ଖରାପ ପ୍ରଭାବ ପକାଇ ପାରିବ ଜାଣନ୍ତୁ ।
ଏସିର ଥଣ୍ଡା ପବନ ହାଡ ପାଇଁ ବହୁତ କ୍ଷତିକାରକ । ଥଣ୍ଡା ତାପମାତ୍ରାରେ ରହିବା ଯୋଗୁଁ ହାଡ ଦୁର୍ୱଳ ହୋଇଯାଏ । ବିଶେଶକରି , ବୟସ୍କ ଲୋକ ଏବଂ ଗଣ୍ଠି ରୋଗରେ ପୀଡିତ ରୋଗୀମାନେ ଏସିରୁ ଦୂରରେ ରହିବା ଆବଶ୍ୟକ । ଏସି ଘରର ସମସ୍ତ ଆଦ୍ରା ଶୋଶଣ କରି ନିଏ । ଯାହା ଚର୍ମକୁ ଶୁଷ୍କ କରିଦିଏ । ଆଖିରେ ଜଳାପୋଡା ଏବଂ ଶୁଖିଲା ଚର୍ମ ଦେଖାଦିଏ । କମ ଶୋଷ ଲାଗେ । ଫଳରେ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇବାରେ ଲାଗେ । ବେଳେ ବେଳେ ଏସି ଫିଲ୍ଟରରେ ଧୂଳି ଏବଂ ମଇଳା ଜମି ହୋଇଥାଏ । ଯାହା ପବନରେ ମିଶିଗଲେ ଶ୍ୱସକ୍ରିୟାରେ ସମସ୍ୟା ସୃଷ୍ଟି କରାଏ । ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ମାଇଗ୍ରେନ କିମ୍ବା ମୁଣ୍ଡବିନ୍ଧାର ସମସ୍ୟା ସୃଷ୍ଟି କରାଏ ।