ନୂଆଦିଲ୍ଲୀ: ଇରାନ – ଇସ୍ରାଏଲରେ ପରିସ୍ଥିତି ଶାନ୍ତ ଥିବା ଜଣାପଡିଛି । କଣ ଆପଣ ଇସ୍ରାଏଲର ଇଣ୍ଟରନେଟ ସେବା ବାବଦରେ ଜାଣିଛନ୍ତି କି ? ଭାରତରେ ମୋବାଇଲ ଡାଟା ବହୁ ଶସ୍ତା । ଇସ୍ରାଏଲରେ ଇଣ୍ଟରନେଟ ବ୍ୟବହାର କରିବା ଲୋକଙ୍କ ପାଇଁ ବହୁତ ମହଙ୍ଗା ହୋଇଥାଏ । ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ପ୍ରତ୍ୟକ ଘରେ ଜଣାଶୁଣା । ଗୋଲାନ, ଟିସିଏସ ଟେଲିକମ ଭଳି କମ୍ପାନୀ ଇସ୍ରାଏଲରେ ମୋବାଇଲ ସେବା ପ୍ରଦାନ କରନ୍ତି । ଗୋଲାନ ଟେଲିକମର ସରକାରୀ ୱେବସାଇଟ ଅନୁଯାୟୀ, ୧୦ ଜିବି ହାଇସ୍ପିଡ ଡାଟା ଭାରତୀୟ ମୁଦ୍ରାରେ ୯୮୩ ଟଙ୍କା । ଅର୍ଥାତ ୧ ଜିବି ଡାଟାର ମୂଲ୍ୟ ୯୮. ୩୦ ଟଙ୍କା । ଏହି ପ୍ଲାନର ବୈଧତା ୩୦ ଦିନ । ଯେତେବେଳେ ଦୁଇଟି ଦେଶକୁ ତୁଳନା କରାଯାଏ, ଇସ୍ରାଏଲରେ ୧ ଜିବି ଡାଟା ପାଇଁ ଜଣଙ୍କୁ ୯୧ ଟଙ୍କା ଦେବାକୁ ପଡିଥାଏ । ଏହାର ଅର୍ଥ ଇସ୍ରାଏଲରେ ଇଣ୍ଟରନେଟ ଡାଟା ଭାରତ ତୁଳନାରେ ପ୍ରାୟ ୧୩ ଗୁଣା ମହଙ୍ଗା । ଭାରତ ଡିଜିଟାଲ ବିପ୍ଲବ ଏବଂ ସୁଲଭ ଡାଟାର ଏକ ଉଦାହରଣ ହୋବା ବେଳେ ଇସ୍ରାଏଲ ଭଳି ବିକଶିତ ଦେଶ ସାଧାରଣ ଲେକଙ୍କ ପାଇଁ ଇଣ୍ଟରନେଟ ସେବା ମହଙ୍ଗା ପ୍ରମାଣିତ ହେଉଛି ।