ଭୁବନେଶ୍ୱର: ଆମେ ଆଗରୁ ଜାଣିଛନ୍ତି, ଚା ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ହେଲେ, ଆଜିକାଲି ସୁସ୍ଥ ରହିବା ପାଇଁ ନିଜକୁ ଫିଟ ରଖିବା ପାଇଁ ଗ୍ରୀନ ଟି ପିଉଛନ୍ତି ଲୋକେ । ଏଥିରେ କ୍ଷୀର କିମ୍ବା ଚିନି ମିଶାଯାଏ ନାହିଁ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଗ୍ରୀନ ଟିରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏହା ହୃଦରୋଗର ଆ ଶଙ୍କା କମ କରିଥାଏ । ଦିନକୁ ଗ୍ରୀନ ଟି ଗୋଟିଏରୁ ତିନି କପ ଚା ପିଇବା ଲାଭ ଦାୟକ ବୋଲି କୁହାଯାଏ । ଏହାକୁ ତିଆରି କରିବାକୁ ହେଲେ କପରେ ଟି – ପ୍ୟାକେଟ କିମ୍ବା ୨ରୁ ୪ ଗ୍ରାମ ଗ୍ରୀନ ଟି ପାଉଡର ଗରମ ପାଣିରେ ପକାଇ ୧ରୁ ୨ମିନିଟ ଯାଏ ରଖିବେ । ଅଧିକ ସମୟ ଧରି ରଖିବା ଦ୍ୱାରା ଏହାର ଗୁଣ କମିଯାଅଥାଏ । ଗ୍ରୀନ ଟି ଅଧିକ ପିଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଗ୍ରୀନ ଟି ପିଇବା ଦ୍ୱାରା ଅନିଦ୍ରା, ପେଟ ଗ୍ୟାସ, ଭୋକ ନଲାଗିବା, ହୃଦ ସ୍ପନ୍ଦନ ବଢିବା ଭଳି ଲକ୍ଷଣ ଦେଖାଦେଇଥାଏ ।










