17.1 C
Bhubaneswar
Tuesday, December 9, 2025
Homeଓଡିଶାରୋଟିରେ ଘିଅ ଲଗାଇ ଖାଇବା ଦ୍ୱାରା ଶରୀରରେ କେତେ କ୍ୟାାଲୋରୀ ବୃଦ୍ଧି ପାଏ ଜାଣନ୍ତୁ..

ରୋଟିରେ ଘିଅ ଲଗାଇ ଖାଇବା ଦ୍ୱାରା ଶରୀରରେ କେତେ କ୍ୟାାଲୋରୀ ବୃଦ୍ଧି ପାଏ ଜାଣନ୍ତୁ..

ଭୁବନେଶ୍ୱର: ଘିଅ ଏକ ଶକ୍ତି ଭରପୁର ପଦାର୍ଥ ।  ଘିଅ ଲଗାଇବା ଦ୍ୱାରା ରୋଟିର  କ୍ୟାଲୋରୀ ପରିମାଣ ବୃଦ୍ଧି ପାଏ ।  ଘିଅ ବିନା  ଏକ ସରଳ ରୋଟିରେ ପ୍ରାୟ ୭୦- ୧୦୦ କ୍ୟାଲୋରୀ ଥାଏ ।  ଗୋଟିଏ ଚାମଚ ଦେଶୀ ଘିଅରେ ପ୍ରାୟ ୪୫ କ୍ୟାଲୋରୀ ଥାଏ । ଯଦି ଆପଣ  ରୋଟିରେ ଗୋଟିଏ ଚାମଚ ଘିଅ ଲଗାନ୍ତି, ତେବେ ଏହାର ମୋଟ କ୍ୟାଲୋରୀ ପ୍ରାୟ ୧୧୫-୧୪୧ ହୋଇଯିବ ।  ଦେଶୀ ଘିଅ ଶରୀର ପାଇଁ ଶକ୍ତିର ଉତ୍ସ, ଓଜନ ବୃଦ୍ଧି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ  ଘିଅ  ଲାଭଦାୟକ ହୋଇପାରେ । ଯଦି କେହି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେ ଅଳ୍ପ ପରିମାଣରେ ଘିଅ ଖାଇବା ଉଚ୍‌ତ । ଅତ୍ୟଧିକ ଘିଅ ଲଗାଇଖାଇବା ଦ୍ୱାରା କ୍ୟାଲୋରୀ ଦ୍ରୁତ ଗତିରେ ବୃଦ୍ଧି ପାଏ ଏବଂ ସ୍ଥୁଳକାୟ ହେବାର ଆଶଙ୍କା  ଥାଏ ।  ଯଦି  ଗୋଟିଏ ଛୋଟିଆ ରୋଟିରେ ଅଧ ଚାମଚ ଘିଅ ଲଗାଇ ଖାଆନ୍ତି, ତେବେ ମଧ୍ୟ ୨୦-୨୫ କ୍ୟାଲୋରୀ  ବୃଦ୍ଧି ପାଏ ।  ଯଦି ଆପଣ ପ୍ରତିଦିନ  ୩ରୁ ୪ଟି ରୋଟିରେ ଘିଅ ଲଗାନ୍ତି, ତେବେ ଆପଣଙ୍କ ଖାଦ୍ୟରେ ୧୫୦-୨୦୦ କ୍ୟାଲୋରୀ ଯୋଡା ଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking