ଭୁବନେଶ୍ୱର: ରୁଟି ଆମ ଦୈନନ୍ଦିନ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଶ । ମଧ୍ୟାହ୍ନ ଭୋଜନ ହେଉକି ରାତ୍ରୀ ଭୋଜନ, ପ୍ରାୟତଃ ଏପରି ହୁଏ ଯେ ରାତିରେ କିଛି ରୋଟି ରହିଯାଏା ଅଧିକାଂଶ ଲୋକ ଏହାକୁ ଫିଙ୍ଗି କିମ୍ବା ଅନିଛା ସହିତ ଖାଆନ୍ତି । ଏହି ବାସି ରୋଟି ବିଷୟରେ, ଆୟୁର୍ବେଦ ବିଶ୍ୱାସ କରେ ଯେ, ଏଗୁଡିକରେ ଅନେକ ଗୁଣ ଅଛି ଯାହା ଶରୀର ପାଇଁ ଲାଭଦାୟକ ଅଟେ । ତାହା ହଜମ ହେଉ କିମ୍ବା ଶର୍କରା ସ୍ତର । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବାସି ରୁଟି ମଧ୍ୟ ଏହା ଭଲ ବିକଳ୍ପ । ବାସି ରୁଟିରେ କ୍ୟାଲୋରୀ କମ ଏବଂ ଫାଇବର ଅଧିକ ଥାଏ ଏହାକୁ ଖାଇବା ଦ୍ୱାରା ଭୋକ ଲାଗିବା ବନ୍ଦ ହୋଇଯାଏ । ଅନେକ କ୍ଷେତ୍ରରେ ବାସି ରୁଟିକୁ ଲୋକମାନେ ଫୋପାଡିଦଅନ୍ତି । କେହି କେହି ଏହାର ବ୍ୟବହାର ଜାଣିଲେ ଏହାକୁ ସକାଳୁ ଖାଇଥାନ୍ତି ।









