27.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶମହଙ୍ଗା ପଡୁଛି ଆର୍ଥିକ ସହାୟତା ଯୋଜନା; ରାଜ୍ୟ ଉପରେ ବଢୁଛି ଆର୍ôଥକ ବୋଝ : ରିପୋର୍ଟ

ମହଙ୍ଗା ପଡୁଛି ଆର୍ଥିକ ସହାୟତା ଯୋଜନା; ରାଜ୍ୟ ଉପରେ ବଢୁଛି ଆର୍ôଥକ ବୋଝ : ରିପୋର୍ଟ

ନୂଆଦିଲ୍ଲୀ: ଭୋଟରମାନଙ୍କୁ ପ୍ରଲୋଭିତ କରିବା ଆଳରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେବାର ଦେଖିବାକୁ ମିଳିଥାଏ। ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ଗତ କିଛି ବର୍ଷରେ ବିଭିନ୍ନ ରାଜ୍ୟରେ ମହିଳାବର୍ଗର ଭୋଟରଙ୍କୁ ଆର୍ଥିକସ୍ତରରେ ସ୍ୱାବଲମ୍ବୀ କରାଇବା ଆଳରେ ଭିନ୍ନ ଭିନ୍ନ ଯୋଜନା ଅନ୍ତର୍ଗତ ନଗଦ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି। ବିଶେଷକରି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟରେ ସର୍ତ୍ତମୁକ୍ତ ନଗଦ ଟ୍ରାନ୍ସଫର ଯୋଜନା ଆରମ୍ଭ କରାଯାଉଛି। ତେବେ ଏଭଳି ଯୋଜନା ଦ୍ୱାରା ରାଜ୍ୟଗୁଡ଼ିକ ଉପରେ ଆର୍ôଥକ ଚାପ ବଢିବଢ଼ି ଚାଲିଛି। ପିଆର୍‌ଏସ୍ ଲେଜିସ୍‌ଲେଟିଭ୍ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ପାଇଁ ଏଭଳି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟଙ୍କ ସଂଖ୍ୟା ୨୦୨୨-୨୩ରେ ମାତ୍ର ୨ ରହିଥିବାବେଳେ ୨୦୨୫-୨୬ ବେଳକୁ ଏହା ୧୨କୁ ବୃଦ୍ଧି ପାଇଛି। ଅର୍ଥାତ୍ ବର୍ତ୍ତମାନ ସମୟରେ ୧୨ ରାଜ୍ୟ ଏପ୍ରକାର ନିଜ ରାଜ୍ୟର ମହିଳା ହିତାଧିକାରୀଙ୍କୁ ନଗଦ ଅର୍ଥରାଶି ବଣ୍ଟନ କରୁଛନ୍ତି। ୨୦୨୫-୨୬ ବଜେଟ୍ ଅଟକଳ ଅନୁସାରେ, ଏହି ମହିଳା କେନ୍ଦ୍ରିତ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକ ମିଳିତ ଭାବରେ ୧.୬୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି, ଯାହା ଭାରତର ମୋଟ୍ ଜିଡିପିର ୦.୫% ସହ ସମାନ। ଏହିପରି ଯୋଜନା କାର୍ଯ୍ୟକାରୀ କରୁଥିବା ୧୨ଟି ରାଜ୍ୟ ମଧ୍ୟରୁ ୬ଟି ରାଜ୍ୟ ୨୦୨୫-୨୬ ପାଇଁ ରାଜସ୍ୱ ନିଅଣ୍ଟ ଆକଳନ କରିଛନ୍ତି। ପିଆର୍‌ଏସ୍ ସତର୍କ କରାଇ ଦେଇଛି ଯେ, ଯଦି ଅଧିକ ରାଜ୍ୟ ଉପାର୍ଜନରେ ଅନୁରୂପ ବୃଦ୍ଧି ନ କରି ଏହିପରି କଲ୍ୟାଣକାରୀ ମଡେଲ୍ ଗ୍ରହଣ କରନ୍ତି, ତେବେ ଏହା ଏକ ବଡ଼ ଆର୍ôଥକ ଆହ୍ୱାନ ସୃଷ୍ଟି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking