21.1 C
Bhubaneswar
Thursday, February 5, 2026
Homeଓଡିଶାନିର୍ମାଣ ଶ୍ରମିକଙ୍କୁ ୧କୋଟି ୯୭ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ନିର୍ମାଣ ଶ୍ରମିକଙ୍କୁ ୧କୋଟି ୯୭ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଯାଜପୁର: ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅନୁମୋଦନ ଏବଂ ଅନୁମତି କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ରାଶି ଡମି ଚେକ ମାଧ୍ୟମରେ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୃତ୍ୟୁକାଳୀନ,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୨୫ ଜଣଙ୍କୁ ୩୨,୭୦,୦୦୦/-,ଶିକ୍ଷା ସହାୟତା ବାବଦରେ ୨୧୯ ଜଣଙ୍କୁ ୧୨,୧୭,୦୦୦/-,ବିବାହ ସହାୟତା ବାବଦରେ ୧୦୨ ଜଣଙ୍କୁ ୫୦,୭୫,୦୦୦/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ ୪ ଜଣଙ୍କୁ ୪୦,୦୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି l ସିଧା ଉକ୍ତ ୧,୦୦,୯୭,୦୦୦ /- ଅର୍ଥ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡି ଦିଆଯାଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧିର କୁମାର ସାହୁ ପ୍ରକାଶ କରିଛନ୍ତି l ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର ଓ ଯାଜପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶରେ ଏହା ସୁରୁଖୁରୁରେ ସମ୍ପନ୍ନ ହୋଇଛି l ଏତଦଭିନ୍ନ ଓଡିଶା ଅଣସଙ୍ଗଠିତ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୨ ଜଣ ହିତାଧିକାରୀଙ୍କ ମୃତ୍ୟୁ ପାଇଁ ତାଙ୍କ ମନୋନୀତ ବ୍ଯକ୍ତିଙ୍କୁ ୪,୦୦,୦୦୦/- ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଶଶିକାନ୍ତ ପ୍ରଧାନ, ନାରାୟଣ ଚନ୍ଦ୍ର ନନ୍ଦ, ପ୍ରକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking