24.1 C
Bhubaneswar
Saturday, March 21, 2026
Homeଓଡିଶାଲୋନ ଟଙ୍କା ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଲୋନ ଟଙ୍କା ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

କେନ୍ଦୁଝର :ଗ୍ରାହକଙ୍କ ଘରକୁ ବାଇକ ଲୋନର ବକେୟା କିସ୍ତି ଅର୍ଥ ଆଦାୟ ପାଇଁ ଯାଇଥିବା ବେଳେ ଉତ୍ତ୍ୟକ୍ତ ହୋଇ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।  ମୃତକ ସଦର ଥାନା ବନେଇକଳା ଗାଁର ବୁବୁ ମହାନ୍ତ ।କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶୁକ୍ରା ସାହିରେ ଘଟିଛି ଅଭାବନୀୟ ଘଟଣା ।ନୟାକୋଟ ଥାନା ସୁକ୍ରା ସାହିର ଜଣେ ବ୍ୟକ୍ତି ଏକ ପଲସର୍ ବାଇକ ବଜାଜ ଫାଇନାନ୍ସରୁ ଲୋନରେ ଆଣିଥିଲେ । ବାଇକ କିସ୍ତି ଫେଲ ଥିବାରୁ ବଜାଜ ଫାଇନାନ୍ସର କର୍ମଚାରୀ ମନୋଜ ମହାନ୍ତ ଓ ସାଙ୍ଗରେ ତାଙ୍କ ସମ୍ପର୍କୀୟ ବୁବୁ ମହାନ୍ତ, ତାଙ୍କ ଘରକୁ ଯାଇ କିସ୍ତି ଟଙ୍କା ମାଗିଥିଲେ । କିଛି ସମୟ ପରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଫାଇନାନ୍ସ କର୍ମଚାରୀ ରାମ ସିଂଙ୍କୁ ତାଗିଦ କରି ଫେରି ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ରାମ ସିଂ ଗାଁ ଠାରୁ କିଛି ଦୂରରେ ତାଙ୍କ ପଛରେ ଆସି ବୋଲେରୋରେ ବାଇକକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତ ମନୋଜକୁ ଆମ୍ବୁଲାନ୍ସରେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ନୟାକୋଟ ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୂରା ଘଟଣା ସଂପର୍କରେ କହିଛନ୍ତି ଆହତ ମନୋଜ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking