ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬-୨୭ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ୯ମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ। । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । କହିଛନ୍ତି ଯେ, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି । ଚଳିତ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବକା ସାଥ ସବକା ବିକାଶ । ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେଉଛି । ସହର ଗୁଡିକରେ ଆର୍ଥିକ ବିକାଶର ଲକ୍ଷ୍ୟ ରଖାଯାଇଛି । ଜିଏସଟିକୁ ଆହୁରି ସରଳୀକରଣ କରାଯିବ । କ୍ୟାନସର ଔଷଧ ଶସ୍ତା ହେବ । ଅଧିକରୁ ଅଧିକ ଏଆଇ ଉପଯୋଗ କରାଯାଉଛି । ବିରଳ ମୂର୍ତ୍ତିକା କରିଡର ନେଇ ବଜେଟରେ ଘୋଷଣା କରାଯାଇଛି । ଓଡିଶା ସମେତ ୫ଟି ରାଜ୍ୟରେ ଖଣିଜ କରିଡର ହେବ । ଓଡିଶା, କେରଳ, ତାମିଲନାଡୁ, ଝାଡଖଣ୍ଡରେ ଖଣିଜ କରିଡର ହେବ । ସେମି କଣ୍ଟକ୍ଟର ପାଇଁ ୪୦ ହଜାର କୋଟି ଘୋଷଣା କରାଯାଇଛି । ସହରରେ ହେବ ନୂଆ ଇକୋନୋମିକ ଜୋନ । ଭାରତକୁ ବାୟୋଫାର୍ମା ହବ କରିବାକୁ ଏଥର ବଜେଟରେ ବଡ ଘୋଷଣା କରାଯାଇଛି ।










