17.1 C
Bhubaneswar
Tuesday, February 3, 2026
Homeଓଡିଶାନୂଆ ଗାଡି କ୍ରୟ ଉପରେ ଅର୍ଥ ବିଭାଗର କଟକଣା

ନୂଆ ଗାଡି କ୍ରୟ ଉପରେ ଅର୍ଥ ବିଭାଗର କଟକଣା

ଭୁବନେଶ୍ୱର: ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ସରକାରୀ ଗାଡ଼ି ପରିବର୍ତ୍ତେ ଘରୋଇ ଗାଡ଼ିକୁ ଭଡ଼ାରେ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ତହବିଲରୁ ନୂଆ ଗାଡ଼ି କିଣିବା ବଦଳରେ ଭଡ଼ାରେ ଗାଡ଼ି ଆଣି ଅଫିସ କାର୍ଯ୍ୟ କରିବା ପାଇଁ ଅର୍ଥ ବିଭାଗ ଆଜି ପୁଣିଥରେ ତାଗିଦ୍ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧୀନରେ ଥିବା ଅର୍ଥ ବିଭାଗର ବିନା ଅନୁମତିରେ ଓ ଅତି ଜରୁରୀ ନଥିଲେ ନୂଆ ଗାଡ଼ି କିଣାଯିବ ନାହିଁ ବୋଲି ବିଭାଗଗୁଡ଼ିକୁ ରୋକଠୋକ ଜଣାଇ ଦେଇଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ସରକାରୀ ଗାଡ଼ି ପରିବର୍ତ୍ତେ ଘରୋଇ ଗାଡ଼ିକୁ ଭଡ଼ାରେ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ଅନୁପଯୁକ୍ତ ହୋଇପଡ଼ିଥିବା ପୁରୁଣା ସରକାରୀ ଗାଡ଼ିକୁ ସ୍କ୍ରାପିଂ କିମ୍ବା ନିଲାମ କରି ସେବାବଦ ଅର୍ଥକୁ ଟ୍ରେଜେରୀରେ ଜମା କରିବା ପରେ ହିଁ ଅଫିସ୍ ଉପଯୋଗ ପାଇଁ ଘରୋଇ ଗାଡ଼ି ଭଡ଼ାରେ ଅଣାଯାଇପାରିବ। ଏଥିପାଇଁ ପ୍ରଶାସନିକ ବିଭାଗଗୁଡ଼ିକ ନିଷ୍ପତ୍ତି ନେବାକୁ ପ୍ରାଧିକୃତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗର ୨୦୨୩ ଅଗଷ୍ଟ ୧୪ତାରିଖର ନିର୍ଦ୍ଦେଶନାମାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେବେ ପୁରୁଣା ଗାଡ଼ିକୁ ନଷ୍ଟ ନକରି ଘରୋଇ ଗାଡ଼ିରେ ଭଡ଼ା ଆଣିବାର ଆବଶ୍ୟକତା ପଡ଼ିଲେ ସେଥିପାଇଁ ଅର୍ଥ ବିଭାଗର ପୂର୍ବ ଅନୁମତି ନେବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରଶାସନିକ ବିଭାଗଗୁଡ଼ିକ ନୂଆ ଗାଡ଼ି କ୍ରୟ କରିବାରୁ ବିରତ ରହିବା ଉଚିତ୍‌। ଯଦି ନୂଆ ଗାଡ଼ି କିଣିବା ଅତି ଜରୁରୀ ହୁଏ ତା’ହେଲେ ଅର୍ଥ ବିଭାଗ ଦ୍ୱାରା ଜାରି ହେଉଥିବା ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ପ୍ରଶାସନିକ ବିଭାଗ କଡ଼ାକଡ଼ି ପାଳନ କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଶ୍ରୀ ମିଶ୍ର ୨୦୨୪-୨୫ ଆର୍ôଥକ ବର୍ଷର ବଜେଟ ଅର୍ଥକୁ କିଭଳି ଖର୍ଚ୍ଚ କରାଯିବ, ବଜେଟ୍ ଅର୍ଥ ଖର୍ଚ୍ଚ ପାଇଁ ସରକାରଙ୍କ ପ୍ରାଥମିକତା, ୟୁସି ଦାଖଲ, ୨୦ଟି ବିଭାଗରେ ପ୍ରଚଳିତ କ୍ୟାସମ୍ୟାନେମେଂଟ ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ଦେବା ସହ ବଜେଟ୍ ଅର୍ଥକୁ ସୁବ୍ୟବସ୍ଥିତ ଢଙ୍ଗରେ ଖର୍ଚ୍ଚ କରି ୨୦୨୫ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ଟ୍ରେଜେରୀରେ ବିଲ୍ ଦାଖଲ ପାଇଁ ତାଗିଦ୍ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking