21.1 C
Bhubaneswar
Saturday, February 28, 2026
Homeଖେଳହାରିଲା ଦକ୍ଷିଣ ଆଫ୍ରିକା: ଫାଇନାଲ୍‌ରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ

ହାରିଲା ଦକ୍ଷିଣ ଆଫ୍ରିକା: ଫାଇନାଲ୍‌ରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ

ଲାହୋର: ନ୍ୟୁଜିଲାଣ୍ଡ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ କିୱି ଦଳ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରିଛି । ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପ୍ରଥମେ ଖେଳି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୨ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଦଳ କେବଳ ୩୧୨ ରନ କରିପାରିଛି । ଦକ୍ଷିଣ ଆଫ୍ରିକା ପାଇଁ, ଡେଭିଡ୍ ମିଲର ୬୭ ବଲରୁ ଅପରାଜିତ ୧୦୦ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ ରବିନ୍ଦ୍ର ୧୦୮ ଏବଂ କେନ୍ ୱିଲିୟମସନ ୧୦୨ ରନ୍ କରିଥିଲେ । ତା’ପରେ ବୋଲିଂରେ ମିଚେଲ ସାଣ୍ଟନର ୩ଟି ୱିକେଟ୍ ନେଇଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୩ ୱିକେଟ ନେଇଥିବାବେଳେ ମ୍ୟାଟ୍ ହେନରି ୨ଟି ୱିକେଟ ନେଇଥିଲେ। ସେହିପରି ମିଚେଲ ବ୍ରେସୱେଲ ଗୋଟିଏ ୱିକେଟ, ଗ୍ଲେନ୍ ଫିଲିପ୍ ୨ଟି ୱିକେଟ, ରଚିନ ରବିନ୍ଦ୍ର ଗୋଟିଏ ୱିକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ୱିଲ୍ ୟଙ୍ଗ୍ ୨୧ ରନ୍ କରିଥିବାବେଳେ ରଚିନ ରବିନ୍ଦ୍ର ୧୦୮ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୦୨ ରନ୍‌, ଡାରେଲ ମିଚେଲ୍ ୪୯ ରନ୍‌, ଗ୍ଲେନ୍ ଫିଲିପ୍ ୪୯ ରନ୍‌, ମିଚେଲ ବ୍ରାସୱେଲ ୧୬ ରନ୍ କରିଥି?ଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନାଗିଡି ୩ଟି ୱିକେଟ ନେଇଥିବାବେ?ଳେ କାଗିସୋ ରାବାଡ଼ା ୨ ୱିକେଟ ନେଇଥିଲେ। ସେହିପରି ୱାନ ମୁଲଡର ଗୋଟିଏ ୱିକେଟ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking