ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ନମଂଶ ସୟାଲଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଦୁବାଇ ଏୟାର ଶୋ’ ସମୟରେ ଏଲସିଏ ତେଜସ୍ ଦୁର୍ଘଟଣାରେ ସହିଦ ହୋଇଥିଲେ ନମଂଶ। କୋଏମ୍ବଟୁର ସୁଲୁର ବାୟୁସେନା ଏୟାର ବେସରେ ପ୍ରାର୍ଥୀବ ଶରୀର। ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳୀ ଦେଲେ ପତ୍ନୀ ଅଫସନା। କୋଏମ୍ବାଟୁରର ସୁଲୁର ଏୟାର ବେସରୁ କାଙ୍ଗଡ଼ା ବିମାନବନ୍ଦରକୁ ଯିବ। ନାଗ୍ରୋଟା ବାଗୱାନ ଏସଡିଏମ୍ ମୁନିଶ ଶର୍ମାଙ୍କ ଅନୁଯାୟୀ, ପୂର୍ଣ୍ଣ ସାମରିକ ସମ୍ମାନ ସହିତ ୟୋଲ ନିକଟସ୍ଥ ତାଙ୍କ ଜନ୍ମଭୂମି ପତିଆଲଖାଡରେ ଶେଷକୃତ୍ୟ ସମ୍ପନ୍ନ ହେବ। ଜିଲ୍ଲା ସୈନିକ କଲ୍ୟାଣ ଅଧିକାରୀ କର୍ଣ୍ଣେଲ ଗୋପାଳ ଗୁଲେରିଆ ଦି ଟ୍ରିବ୍ୟୁନକୁ କହିଛନ୍ତି ଯେ ୟୋଲରେ ଅବସ୍ଥାପିତ ବାୟୁସେନା ୟୁନିଟ୍ ସମସ୍ତ ଆନୁଷ୍ଠାନିକ କାର୍ଯ୍ୟ ତଦାରଖ କରୁଛି। କ୍ୟାପଟେନ କେସି ଧିମାନଙ୍କ ନେତୃତ୍ୱରେ ସ୍ଥାନୀୟ ପୂର୍ବତନ ସୈନିକ ୟୁନିଟ୍ ଏହି ‘ମାଟିର ସାହସୀ ପୁଅ’ଙ୍କୁ ସମ୍ମାନିତ କରିବା ପାଇଁ ଯୋଗଦେବେ।










